ଉଲୁଣ୍ଡା ରେ ସମ୍ବିଧାନ ପ୍ରଣେତା ଡଃ. ଆମ୍ବେଦକର ଙ୍କ 67 ତମ ମହାପରିନିର୍ବାଣ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଡ଼ଃ.ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୬୭ତମ ମହାପରିନିର୍ବାଣ ଦିବସ ମହାସମାରୋହରେ ପାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ କୁଳମଣି ଜଗଦଲା ସଭାପତିତ୍ବ କରିଥିବା ବେଳେ ଦଳିତ ସମାଜ ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ବିନୋଦ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ l ଜ୍ଞାନଜ୍ୟୋତି ସାବିତ୍ରୀ ବାଇ ଫୁଲେ ମହାସଂଘ ର ପ୍ରତିଷ୍ଠାତା ଧିମତି ସଂଘପ୍ରୀୟା ରୂପାଲି ମହାନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ଏପରିକି ଏହି କାର୍ଯ୍ୟକ୍ରମରେ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଲକ୍ଷ୍ମଣ ଭରାସାଗର , ବିଶିଷ୍ଠ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା , ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଜିଲ୍ଲା ସମ୍ପାଦକ ଲଛମନ ସୁନା , ଲକ୍ଷେଘର ଗଣ୍ଡା ସମାଜ ବ୍ଲକ୍ କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଦାସ ତରାଇ , ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ର ସହ ସମ୍ପାଦକ ରାଜୁ କୁମାର ଲୁହା , ଉପଦେଷ୍ଠା ସୁରୁବାବୁ ହରିପାଲ , ବରିଷ୍ଠ ସଦସ୍ୟ ବୈରାଗୀ ହରିପାଲ ଏବଂ କୀର୍ତ୍ତନ ମୁନା ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ । ପରିଷଦର ସମ୍ପାଦକ ଅରୁଣ କୁମାର ମହାନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଷଦର କାର୍ଯକାରୀ ସମ୍ପାଦକ ନାରାୟଣ ହରିପାଲ ସଭା ପରିଚାଳନା କରିଥିଲେ l ଶେଷରେ ଉଲୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ପାଦକ ବ୍ୟାସଦେବ ତରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।