Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକିଟି ଘଟକେଶ୍ବର ରାସ୍ତା ରେ ମହିଳା ଲୁଟେରା ସକ୍ରିୟ।ଡ୍ରାଇଭର ମୁଣ୍ଡ ରେ ବନ୍ଧୁକ ଲଗାଇ ୨ ଲକ୍ଷ ଲୁଟ।

ଗୋପାଳପୁର,୦୬/୧୨
ରାଜ୍ୟ ରେ ଆଇନ ଶୃଙ୍ଖଳା ଯେତିକି ସୃଦୃଢ଼ ହେଉଛି ବୋଲି ଡିମଡିମା ପିଠା ଯାଉଛି,ସେପଟେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ମଧ୍ୟ ତାଠାରୁ ଢେର ଅଧିକ ରହିଛି। ବିଭିନ୍ନ ରାହାଜାନୀ ଓ ଡକାୟତି ମାମଲା ରେ ପୁରୁଷ ସମ୍ପୃକ୍ତ ରହୁଥିବା ବେଳେ ଏକ ମହିଳା ଲୁଟେରା ମଧ୍ୟ ସକ୍ରିୟ ହେଉଥିବା ଅଭିଯୋଗ ହେଉଛି।ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି- ବ୍ରହ୍ମପୁର କୁ ସଂଯୋଗ କରୁଥିବା ରାସ୍ତାର ଘଟକେଶ୍ବର ରାସ୍ତା ରେ ଗତ ସୋମବାର ଦିନ ରାତି ୯ ଟା ବେଳେ ଟାଟା ଏସି ଗାଡି କୁ ଜଣେ ମହିଳା ଅଟକାଇବା ସହ ତାହାର ଅନ୍ୟ ସହଯୋଗୀମାନେ ଟାଟା ଏସିର ଡ୍ରାଇଭରର ମୁଣ୍ଡ ରେ ବନ୍ଧୁକ ଓ ଖଣ୍ଡା ଲଗାଇ ୨ ଲକ୍ଷ ୧୦ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇ ନେଇଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ପାଣି ଟାଙ୍କି ରୋଡରେ ଥିବା ବେହେରା ଟ୍ରଏଡର୍ସ ଦୋକାନରୁ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିର ଡ୍ରାଇଭର ବିରହ ବସନ୍ତ ଶତପଥୀ ଏକ ଟାଟା ଏସି ଗାଡି(ଓଡି ୦୯ ଜେଡ ୩୪୩୮) ଯୋଗେ ଲୁହା ପାଇପ ଧରି ଜୟନ୍ତୀ ପୁର ଯାଇ ଥିଲେ।ରାତି ୯ ଟା ବେଳେ ଘଟକେଶ୍ବର ରାସ୍ତା ରେ ବ୍ରହ୍ମପୁର ଫେରୁଥିବା ବେଳେ ରାସ୍ତାରେ ଜଣେ ମହିଳା ଗାଡ଼ି ଅଟକାଇ ଥିଲେ।ଡ୍ରାଇଭର ବିରହ ବସନ୍ତ ଗାଡି ଅଟକାଇବା ପରେ ସେଠାରେ ଛପି ରହିଥିବା ୬ ମୁଖା ପିନ୍ଧା ଯୁବକ ସେଠାରେ ପହଞ୍ଚି ବିରହ ବସନ୍ତ ଙ୍କ ମୁଣ୍ଡ ରେ ବନ୍ଧୁକ ସହ ଖଣ୍ଡା ଲଗାଇ ୨ ଲକ୍ଷ ୧୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଛଡାଇ ନେଇ ଚାଲି ଯାଇଥିଲେ।ଘଟଣା ନେଇ ବିରହ ବସନ୍ତ ମଙ୍ଗଳବାର ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୬୩୩/୨୩ ରେ ଏକ ମାମଲା ରୁଜୁ କରିବା ସହ ଆଜି ଅଭିଯୋଗ କାରୀ ବିରହ ବସନ୍ତ କୁ ଘଟଣା ସ୍ଥଳକୁ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।ଅନ୍ୟ ପଟେ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ବିରହଙ୍କ ମୋବାଇଲ ର ମଧ୍ୟ ଟ୍ରାକାଙ୍ଗି କରୁଥିବା ସୂଚନା ମିଳିଛି। ଗୋଳନ୍ଥରା ଥାନା ଇଲାକାରେ ନୂଆ ରୂପରେ ମହିଳା ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ଘଟଣା ପୁଲିସ ର ମୁଣ୍ଡ ବ୍ୟଥା ର କାରଣ ସାଜିଥିବା ଦେଖିବାକୁ ମିଳିଛି।