ବୀରମହାରାଜପୁର : (ସୌମିତ୍ରି ମେହେର) ରାଜ୍ୟରେ ପ୍ରତିଭାଧାରୀଙ୍କ ଅଭାବ ନାହିଁ । ତେବେ ସୁଯୋଗ ଅଭାବରୁ ସବୁ ପ୍ରତିଭା ଲୋକ ଲୋଚନକୁ ଆସି ପାରୁ ନ ଥିଲା । ରାଜ୍ୟ ସରକାରଙ୍କ ଅଭିନବ ଯୋଜନା ନୂଆ – ଓଡିଶା , ଯୁବ ଓଡ଼ିଶା , ନବୀନ ଓଡ଼ିଶା ସମସ୍ତ ପ୍ରତିଭାଧରୀଙ୍କୁ ଅପୂର୍ବ ସୁଯୋଗ ପ୍ରଦାନ କରିଛି ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ନୂଆ – ଓଡିଶା , ଯୁବ ଓଡ଼ିଶା , ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । କଲେଜ ର ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ , ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ I ପରିଚାଳନା ସମିତି ସଭାପତି ସ୍ଵୟମ୍ଭୁନଥ ଖଣ୍ଡଗିରି , ଜିଲ୍ଲା ନୋଡାଲ ଅଫିସର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ ତିନି ନୋଡାଲ ଅଫିସର ଗୀତାଞ୍ଜଳି ପୁଝାରୀ ଓ ଯୁକ୍ତ ଦୁଇ ନୋଡାଲ ଅଫିସର ଡ. ହିମାଂଶୁ ଶେଖର ପାଢ଼ୀ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା ଓ ପରିଚାଳନା କରିଥିବା ବେଳେ ଡ. ବନ୍ଦିତା ବିଶ୍ଵାଳ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଓ ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଏହି ଅବସରରେ ନୂଆ – ଓଡିଶା , ଯୁବ ଓଡ଼ିଶା , ନବୀନ ଓଡ଼ିଶା ଏବଂ ଓଡ଼ିଶା ମୋ ପରିବାର ସହଯୋଗରେ ମହାବିଦ୍ୟାଳୟ ଆନୁକୁଲ୍ୟରେ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯ ଜଣ ରକ୍ତ ଦାନ କରିଥିଲେ ।
ବୀରମହାରାଜପୁର କଲେଜରେ ଯୁବ ଓଡିଶା , ନବୀନ ଓଡିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ ସଙ୍ଗେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ
