ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଡ. ବି . ଆର୍ ଆମ୍ବେଦକର ସେବାସଂଘ କାର୍ଯ୍ୟାଳୟ ପରିସର ରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ସଂଘ ର ସଭାପତି ଅନାଦି ଜଗଦଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ବୈଶାଖୁ ପଧାନ , ସଂଘ ର ଉପ ସଭାପତି ବୈଷ୍ଣବ ଜଗଦଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାବା ସାହେବଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହି ଅବସର ରେ ଅତିଥିମାନେ ଭାରତବର୍ଷରେ ମାନବତାବାଦ ଓ ସମ୍ବିଧାନ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରିଥିଲେ। ବାବା ସାହେବ ଙ୍କ ବିଚାରଧାରା କୁ ବିଶ୍ଵ ଦରବାର ରେ ପହଞ୍ଚାଇବାକୁ ସମସ୍ତ ସଦସ୍ୟ ସଂକଳ୍ପ ନେଇଥିଲେ । ସଂଘ ର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ମହାନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସଂଘ ର ସମ୍ପାଦକ କର୍ମୁ କଲତା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦୀପ ଜାଲ , ଜ୍ୟୋତିର୍ମୟ ନାଗ , କୁମରମଣୀ ବାଦୀ , ନବୀନ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ବୀରମହାରାଜପୁର ରେ ସମ୍ବିଧାନ ପ୍ରଣେତା ଭିମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ
