Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ ଓ ନୂତନ ସୁଯୋଗ ଦେବା ଉଦ୍ଦେଶ୍ୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଅଧ୍ୟାପକ ସୁବ୍ରତ କୁମାର ବେହେରା,ଅଧ୍ୟାପକ ଜଗନ ଚନ୍ଦାନି,ଅଧ୍ୟାପିକା କନକ ମଞ୍ଜରୀ ବେହେରା ଉପସ୍ଥିତ ଥିଲେ। ଅଧ୍ୟାପକ ଐରି ନାଶନ ଚିନ୍ଦା ମଞ୍ଚ ସଂଯୋଜନା କରିଥିବା ବେଳେ ନିଜ ଅଭିଭାଷଣ ରେ ଆମ ମୁଖ୍ୟମନ୍ତ୍ରୀ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ଯୁବବର୍ଗ ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ର ଆରମ୍ଭ କରିଛନ୍ତି। ଏହାର ସଫଳ ରୂପାୟନ ହେଲେ ଯୁବ ଓଡିଶା ନବୀନ ଓଡିଶା ର ଉଦ୍ଦେଶ୍ୟ ସାଧିତ ହେବ ବୋଲି ଅତିଥିମାନେ କହିଛନ୍ତି। ପରେ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ପରିବେଷଣ କରିଥିଲେ। ଏହାସହ ଅଗ୍ନି ନିରାପତ୍ତା କୁ ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଡେମୋ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟାପିକା ଶୁଭଶ୍ରୀ ସାହୁ,ବେଦମତି ବାରିକ,କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, କ୍ରୀଡା ଶିକ୍ଷକ ପ୍ରତାପ ବିଶି ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।