Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମନି ଲଣ୍ଡରିଂ ମାମଲା; ଆଜି କୋର୍ଟରେ ହାଜର ହେବେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ଆଜି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାର ଶୁଣାଣି। ଏ ନେଇ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଆଜି ଦିଲ୍ଲୀର ପଟିଆଲା ହାଉସରେ ପହଞ୍ଚିଛନ୍ତି। ଏହି ମାମଲାରେ ଜ୍ୟାକଲିନ ସମ୍ପୃକ୍ତି ରହିଥିବା ବେଳେ ଇଡି ତାଙ୍କୁ ଅନେକ ଥର ଜେରା କରିଛି। ଏହାପୂର୍ବରୁ ବାର୍ ମାମଲାର ଶୁଣାଣି ସମୟରେ ଜ୍ୟାକଲିନ୍ କୋର୍ଟରେ ହାଜର ହୋଇଥିଲେ।

ତେବେ ଏହି ମାମଲାରେ ଜ୍ୟାକଲିନ୍‌ଙ୍କ ଉପ‌ରେ ଅଭିଯୋଗ ରହିଛି ଯେ ଠକେଇ ଅର୍ଥ ବ୍ୟବହାର କରି ସୁକେଶ ଜ୍ୟାକଲିନ୍‌ଙ୍କୁ ବେଶ୍‌ ମୂଲ୍ୟବାନ ଉପହାର ଦେଇଛନ୍ତି। ଏଥିମଧ୍ୟରେ ବହୁମୂଲ୍ୟ କାର ଠାରୁ ଆରମ୍ଭ କରି ଶ୍ରୀଲଙ୍କାର ବଙ୍ଗଳା ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ। ସୂଚନା ଅନୁଯାୟୀ ଜ୍ୟାକଲିନ ଏ ବିଷୟରେ ଅବଗତ ନୁହନ୍ତି ବୋଲି କହିଥିଲେ ସୁକେଶ।

ଏହି ମାମଲାର ତଦନ୍ତ ବେଳେ ବହୁ ବଲିଉଡ ଅଭିନେତ୍ରୀଙ୍କ ନାମ ଏଥିରେ ଯୋଡା ଯାଇଛି। ଏହି ମାମଲାରେ ଜ୍ୟାକଲିନ୍‌ଙ୍କ ସହ ଅଭିନେତ୍ରୀ ନୋରା ଫତୈହିଙ୍କ ନାଁ ମଧ୍ୟ ସାମ୍‌ନାକୁ ଆସିଥିଲା। ସୂଚନା ଅନୁଯାୟୀ, ସୁକେଶ ପୂର୍ବରୁ କୋର୍ଟରେ ଏକ ବୟାନ ଦେଇଥିଲେ ଯେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନିର୍ଦ୍ଦୋଷ।