Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଟୋକିଓରେ ଓଡ଼ିଶା ବିଜନେସ୍‌ ମିଟ୍‌ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଟୋକିଓ: ଓଡ଼ିଶା ବିକାଶ ଦିଗରେ ଅଗ୍ରଗତି ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଥିବା ବେଳେ ରାଜ୍ୟବାସୀ ମଧ୍ୟ ବିଦେଶରୁ ବଡ଼ ପୁଞ୍ଜି ଆସିବ ବୋଲି ଆଶା ବାନ୍ଧିଛନ୍ତି। ଏ ନେଇ ଆଜି ଟୋକିଓରେ ଆୟୋଜିତ ଓଡ଼ିଶା ବିଜ୍‌ନେସ ମିଟ୍‌ ୨୦୨୩କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଯୋଗଦେବେ ୨୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ।

ଏହାପରେ ମୁଖ୍ୟମନ୍ତ୍ରୀ ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ମୁଖ୍ୟ ସଚିବ ମନୋଜ ମିଶ୍ରଙ୍କ ସମେତ କ୍ରୀଡା ଓ ଯୁବ ବ୍ୟାପାର ସଚିବ ଏବଂ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ଅଛନ୍ତି।

ଆସନ୍ତାକାଲି ରାଜ୍ୟ ସରକାରଙ୍କ ସହ ଏକ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିବେ। ଏହାସହିତ ମେଟାଲ, ଆଇଟି ପର୍ଯ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ ହାଇଡ୍ରୋଜେନ କ୍ଷେତ୍ରର ହବ୍‌ ମଧ୍ୟ ବୁଲି ଦେଖିବେ। କ୍ଷେତ୍ର ପରିଦର୍ଶନ କରିବା ପରେ ଜାପାନର ପୁଞ୍ଜିପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ଦଳ।