Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦୁପାଲି ରେ ବିଶ୍ଵଶାନ୍ତି ନାମଯଜ୍ଞ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ପାଇଁ ଶୁକ୍ରବାର ଦିନ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳ ସାତଟା ରେ କେନ୍ଦୁପାଲି ସ୍କୁଲ ଠାରୁ ଏକ ବିରାଟ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କଲା ପରେ ନାମଯଜ୍ଞ ସ୍ଥାନରେ ପହଞ୍ଚି ଥିଲା l ଯାତ୍ରା କମିଟି ସଭାପତି ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ , କାର୍ଯ୍ୟକାରି ସଭାପତି ସୁରେନ୍ଦ୍ର ପତି , ପରିଚାଳନା ସମ୍ପାଦକ ତ୍ରିଲୋଚନ (ମାନା) ମେହେର , ଉପସଭାପତି ବିଷ୍ଣୁ ଚରଣ ପଣ୍ଡା , ସାଧାରଣ ସମ୍ପାଦକ ନବକୃଷ୍ଣ ମେହେର , କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସେଠୀ , ବେଣୁଧର ମେହେର , ସଂଯୋଜକ ଯୁଗଳ କିଶୋର ମିଶ୍ର , ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପାଢ଼ୀ , ପଣ୍ଡିତ ବଳରାମ ଶତପଥୀ , ଭୁଷଣ କୁମାର ପାତ୍ର , ସୈ।ମିତ୍ରୀ ମେହେର , ରଞ୍ଜିତ କୁମାର ରଥ ଙ୍କ ସହିତ ସହ ସମ୍ପାଦକ କିଶୋର ହୋତା , ଧିରେନ୍ଦ୍ର ବାଘ ଏବଂ ଇ. ସନ୍ତୋଷ କୁମାର ମିଶ୍ର , ବୀରମହାରାଜପୁରର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ବାଗବର ସରପଞ୍ଚ ନିରୁପମା ବଗର୍ତ୍ତି , ସାମ୍ବାଦିକ ରବିନ୍ଦ୍ର ହୋତା , ରାଧାକାନ୍ତ ବାଘ , ଶେଷ ଦେବ ବାରିକ , ଶତ୍ରୁଘନ ମେହେରଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଭକ୍ତ ତଥା ଶ୍ରଦ୍ଧାଳୁ ସାମିଲ ହୋଇଥିଲେ l ବୁରୋ ଘାଟ ଗ୍ରାମର ଗୌନ୍ତିଆ ଶମ୍ଭୁ ମଲ୍ଲିକ ସସ୍ତ୍ରୀକ ପୂଜାରେ କର୍ତ୍ତା ଭାବରେ ରହିଥିବାବେଳେ ପଣ୍ଡିତ ରାମକୃଷ୍ଣ ପଣ୍ଡା , ଭିକାରି ପଣ୍ଡା , ବାମନ ପଣ୍ଡା , ମଧୁସୂଦନ ରଥ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ l ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଅଙ୍କୁରା ରୋପଣ , ୧୨ ରେ କଳ ଶୋଭାଯାତ୍ରା , ୧୩ ରୁ ଛପନ ପ୍ରହରି ନାମଜଜ୍ଞ ଓ ଭାଗବତ ସପ୍ତାହ ପାରାୟଣ ସହିତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୦ ପୁଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟିର ସଂଯୋଜକ ଯୁଗଳ କିଶୋର ମିଶ୍ର ସୁଚନା ଦେଇଛନ୍ତି।