ବୀରମହାରାଜପୁର : ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ସଭାଗୃହ ଠାରେ ଆବାସ ଗୃହ ନିର୍ମାଣ ପାଇଁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ପାଇଥିବା ହିତାଧିକାରୀ ଙ୍କୁ ଖୁବ ଶୀଘ୍ର ଘର ନିର୍ମାଣ କରିବା ଓ ଗୃହ ପ୍ରବେଶ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ । ବୈଠକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଶୋତ୍ତମ ଧରୁଆ ହିତାଧିକାରୀଙ୍କ ତ୍ୱରିତ ବିଲ ପୈଠ କରାଯିବା ସହ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଶ୍ରମଜୀବୀ ଙ୍କ ପ୍ରାପ୍ୟ ଅର୍ଥ ମଞ୍ଜୁରୀ କରାଯିବ ବୋଲି ମତ ପ୍ରକାଶ କଲେ । ସରପଞ୍ଚ ଶ୍ରୀୟା କର୍ମୀ ଉପସ୍ଥିତ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀ ଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ସାହୁ , ଗ୍ରାମ ରୋଜଗାର ସେବକ ମନମୋହନ ମିଶ୍ର , ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଗ୍ରାମ ପଞ୍ଚାୟତ ର ୫୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ଯୋଗ ଦେଇ ତାଙ୍କର ସୁବିଧା ଓ ଅସୁବିଧା ସମ୍ପର୍କ ରେ ଅବଗତ କରି ପ୍ରଶାସନ ସହଯୋଗ କ୍ରମେ ନିର୍ମାଣ କାମ ତ୍ୱରାନ୍ୱିତ କରିବାର ପ୍ରତିଶୃତି ଦେଇଥିଲେ ।
ଆବାସ ଯୋଜନା ଘର ନିର୍ମାଣ ପାଇଁ ସ୍ଵତନ୍ତ୍ର ଅଭିଯାନ
