Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ଗୋପାଳପୁର ୯/୧୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ସାଇନ୍ସ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ନୂଆ ଦିଲ୍ଲୀ ଆନୁକୁଲ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଡ଼ଃ ଲକ୍ଷ୍ମୀ ଧର ରାଉତ ଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏଥିରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ର ଛାତ୍ରୀ ଙ୍କୁ ଗବେଷଣା ଉପରେ ଅଧିକ ଗୁରୁତ୍ବ ଦେଇ ଭଲ ବୈଜ୍ଞାନିକ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ତମ ଅତିଥି ଭାବେ ସି ଓ ଇ ର ସଂଯୋଜକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ ଏବଂ ପ୍ରଫେସର୍ ଯୋଗେଶ୍ୱର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ସ୍ନାତକ ବିଜ୍ଞାନ ରସାୟନ ବିଜ୍ଞାନ ବିଭାଗର ୪୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ କଲେଜର ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ସନ୍ତୋଷ କୁମାର ଚୌଧୁରୀ, ଡେମୋଷ୍ଟାଟର ଧନଞ୍ଜୟ ମହାପାତ୍ର ଯୋଗ ଦେଇଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଥିବା କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର ଠାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଡ଼ଃ ଲକ୍ଷ୍ମୀ ଧର ରାଉତ ଔଷଧ ଉଦ୍ଦ୍ଭାବନ ପ୍ରକ୍ରିୟାରେ ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ଜ୍ଞାନ କୌଶଳ ଆହୋରଣ ପାଇଁ ଦୈନଦିନ ଜୀବନରେ ଔଷଧ ର ଆବଶ୍ୟକତା ରହିବା ହେତୁ ବିଭିନ୍ନ ରୋଗ ସକାଶେ ବ୍ୟବହୃତ ରସାୟନ ରେ ପ୍ରସ୍ତୁତି ଔଷଧ,ସ୍ବାସ୍ଥ୍ୟ ବିଜ୍ଞାନ,ମହାକାଶ ଅନୁସନ୍ଧାନ ଆଦି ଉପରେ ପ୍ରୋଜେକ୍ଟର ମାଧ୍ୟମରେ ସରଳ ଭାବେ ବୁଝାଇଥିଲେ।ତାହା ସହ ଛାତ୍ର ଛାତ୍ରୀ ଙ୍କୁ ପରୀକ୍ଷାଗାର ରେ ଔଷଧ ପ୍ରସ୍ତୁତି ରେ ରସାୟନ ମିଶ୍ରଣରେ ଭାଗ ମାପ ରକ୍ଷଣା ବେକ୍ଷଣ ସହ ଯତ୍ନବାନ ସହ ପ୍ରସ୍ତୁତି କରିବାକୁ ହେବ ବୁଝାଇଥିଲେ ଓ ଆଧୁନିକ ରସାୟନ ବିଜ୍ଞାନରେ ବ୍ୟବହୃତ ଆଧୁନିକ ଯନ୍ତ୍ରପାତି ଉପରେ ସୂଚନା ଦେଇଥିଲେ। ସି ଆଇ ସି ରେ ଥିବା ନାନୋ ସାଇନ୍ସ ଟେକ୍ନୋଲୋଜି ଏବଂ ବାଇୟୋ ଟେକ୍ନୋଲୋଜି ଗବେଷଣାଗାର ରେ ଥିବା ଯନ୍ତ୍ରପାତି ଗୁଡ଼ିକ ର ବ୍ୟବହାରିକ ଞାନ କୌଶଳ ଉପରେ ଆଲୋକପାତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ