Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ବୈଠକ

ଗୋପାଳପୁର ୯/୧୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିଭରସିଟି ହlୟର ସେକେଣ୍ଡାରୀ ସ୍କୁଲ ରେ ଆଜି ସ୍କୁଲର ପ୍ରଧାନ ଶିକ୍ଷକ ଶିବରାମ ସାହୁ ଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ୩ ୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, ସ୍କୁଲର ସଂଯୋଜକ ପ୍ରଫେସର ଧ୍ରୁବ ଚରଣ ପଣ୍ଡା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ଏବଂ ବି ଏମ୍ ସି ରେ ଥିବା ୫ଟି ର ରୁପlନ୍ତିକରଣ ର ଉଚ୍ଚ ବିଦ୍ୟାଳୟ ର ୪୮ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।ପ୍ରଶିକ୍ଷକ ଭାବେ କୈଳାଶ ଚନ୍ଦ୍ର ସାହୁ ଏବଂ ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ଉନ୍ନତି କରଣ, ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଜାରି ରହିଥିବା ନୂତନ ଯୋଜନା ଓ କାର୍ଯ୍ୟକ୍ରମ ଆଦି ଉପରେ ପ୍ରଶିକ୍ଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ସ୍କୁଲ ର ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ, ଅଶୋକ କୁମାର ଭୂୟାଁ,ଶିକ୍ଷୟତ୍ରୀ ସୁକାନ୍ତି ପଣ୍ଡା ସହଯୋଗ କରିଥିଲେ।