Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିନ୍ଦୋଳ ଏନ୍‌ଏସିରେ ବିଜେଡିର ବାଜିମାତ୍‌

ଭୁବନେଶ୍ବର: ଅତାବିରା ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍‌ଏସିରେ ବି ବାଜି ମାରିଲା ବିଜେଡି। ହିନ୍ଦୋଲ ଏନଏସିରେ ବିଜେଡି ୧୬ ଟି ୱାର୍ଡ ମଧ୍ୟରୁ ୧୧ ଟିରେ ବିଜୟ ହାସଲ କରିଛି। ୫ଟି ୱାର୍ଡରେ ବିଜେପି ବିଜୟୀ ହୋଇଛି। କିନ୍ତୁ ଅତାବିରା ଗୋଟିଏ ବି ଆସନ ହାସଲ କରିବାରେ ବିଫଳ ହୋଇଥିଲା ବିଜେପି।

ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ ପଦ ବିଜେଡି ହାତକୁ ଆସିଛି। ଦଳର ଅଧ୍ୟକ୍ଷ ପ୍ରାର୍ଥୀ କେଶବ ଚନ୍ଦ୍ର ପ୍ରଧାନ ୪୩୪୭ ଭୋଟରେ ଜିତିଛନ୍ତି। ବିଜେପିକୁ ମୋଟ୍‌ ୩୯୨୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସକୁ ୨୧୯ ଖଣ୍ଡ ଭୋଟ ମିଳିଥିଲା। ଗତ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ମତଦାନ ହୋଇଥିଲା।

ଦଳ କର୍ମୀମାନେ ବେଶ୍‌ ଉତ୍ସାହର ସହ ଏହି ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା।