ବୀରମହାରାଜପୁର :
ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ର ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ଜୁନିଅର୍ କଲେଜ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ସର୍ବ ପ୍ରଥମେ ଫାଷ୍ଟ ଏଡ୍ ଟ୍ରେନର୍ ଉଦ୍ଧବ ପ୍ରଧାନ ରେଡ୍ କ୍ରସ୍ କାଉନସିଲର କିଶୋର କୁମାର ସାହୁ ଙ୍କ ସହଯୋଗରେ ପ୍ରାଥମିକ ଚିକିତ୍ସା ଉପରେ ଛାତ୍ର ଛାତ୍ରୀ ଙ୍କୁ ସୂଚନା ଦେଇଥିଲେ । ପରବର୍ତ୍ତି ସମୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଙ୍ଗୋଲି , କବିତା ଆବୃତ୍ତି ଓ ଫଟୋଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା । ଉକ୍ତ ସଭାରେ କଲେଜର ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ଅଧ୍ୟକ୍ଷତା କରି ପ୍ରକ୍ରୁତି , ସମାଜ , ସମସ୍ୟା ସହ ମନସ୍ଥ ହେବାହିଁ ସୁସାହିତ୍ୟ ସୃଷ୍ଟି କରେ ବୋଲି କହିଥିଲେ । ଅତିଥି ଭାବରେ ସାହିତ୍ୟିକ ଅକ୍ରୁର ହୋତା , କେନ୍ଦ୍ର ଏକାଡେମି ଓ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ନରେନ୍ଦ୍ର କୁମାର ଭୋଇ , ଯୁବ ଗାଳ୍ପିକ ଅବକାଶ ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟରେ ସାହିତ୍ୟ ଓ ସଂସ୍କୃତି ଜୀବନକୁ ମାର୍ଜିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଭାକୁ ଅଧ୍ୟାପିକା ଦେବଯାନୀ ମେଶୁଆ ପରିଚାଳନା କରିଥିବା ବେଳେ ଅଧ୍ୟାପକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I
ସାହିତ୍ୟ ଓ ସଂସ୍କୃତି ଜିବନକୁ ମାର୍ଜିତ କରେ
