ହରିଣାପାଲି ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳି ଶ୍ରୀକ୍ଷେତ୍ର କୋଟସମଳାଏ ଠାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହରିଣାପାଲିର ପ୍ରଧାନ ଶିକ୍ଷକ ରମେଶ ପଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l କାର୍ଯ୍ୟକ୍ରମରେ କ୍ଲଷ୍ଟର ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ କୁନୁବୁଇ ମିଶ୍ର ସଭାପତିତ୍ୱ କରିଥିଲେ I ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ରମେଶ ପଧାନ ଓ ତାଙ୍କ ସହଧର୍ମିଣୀ ସଶ୍ମିତା ପଧାନ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସି ଆର ସି ସି ବିଜୟ ହୋତା , ପୂର୍ଣ୍ଣଚନ୍ଦ୍ର ପାଢ଼ୀ , ବର୍ତ୍ତମାନ ସି ଆର ସି ସି ଶୁଧାଂଶୁ ଶେଖର ଲୁହା ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଅଭିଭାଷଣ ପ୍ରଦାନ କରିବା ସଂଗେ ସଂଗେ ତାଙ୍କର ଅବସର ସମୟ ଯେଭଳି ସୁଖମୟ ହେବ, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଏଇ ଅବସରରେ ବାଘପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ପଧାନ , ଗୋଲାବନ୍ଧ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁବୁନ ବଗର୍ତ୍ତୀ , ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମକୁନ୍ଦ ଧରୁଆ ଶ୍ରୀଯୁକ୍ତ ପଧାନ ସାରଙ୍କ ବିଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ l ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ବର୍ତ୍ତମାନ ସି ଆର ସି ସି ଶୁଧାଂଶୁ ଶେଖର ଲୁହା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୋଟସମଳାଏ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।