Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୧/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷ’ରୁ ଆଜି ସମନ୍ୱିତ ଯୁବ-ବିକାଶ କାର୍ଯ୍ୟକ୍ରମ ଅବସର’ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି ।ରାଜ୍ୟ ସରକାର’ଙ୍କ ପକ୍ଷ’ରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମ’ରେ ପାରଳାଖେମୁଣ୍ଡି ସହର’ର ବିଶିଷ୍ଟ ସଙ୍ଗୀତ ଗୁରୁ ପଣ୍ଡିତ ଶ୍ରୀ ରଘୁନାଥ ପାତ୍ର ମୁଖ୍ୟ ଅତିଥି ଭାବେ ଏବଂ ପାରଳାଖେମୁଣ୍ଡି ପୌର ପରିଷଦ ୧୫ ନଂ ଓ୍ବାର୍ଡ କାଉନସିଲର ଶ୍ରୀ ସୁରଜିତ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଆୟୋଜିତ ଉତ୍ସବରେ ଶିକ୍ଷାନୁଷ୍ଠାନ’ର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅଧ୍ୟକ୍ଷତା କରିବା ସହ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ପ୍ରତିଯୋଗିତା’ରେ ଅଂଶଗ୍ରହଣ ଏବଂ ତାର ସଫଳତା ଉପରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଗୁରୁ ଶ୍ରୀ ରଘୁନାଥ ପାତ୍ର ଛାତ୍ରୀମାନଙ୍କ ଜୀବନରେ ପାଠ ବ୍ୟତୀତ ଅନ୍ୟାନ୍ୟ ପ୍ରତିଯୋଗିତା-ମୂଳକ କାର୍ଯ୍ୟକ୍ରମ’ର ଆବଶ୍ୟକତା’ର ବିଭିନ୍ନ ଦିଗ ଉପରେ ଉଦବୋଧନ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଶ୍ରୀ ସୁରଜିତ ତ୍ରିପାଠୀ ଶିକ୍ଷାନୁଷ୍ଠାନ’ର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ବାର୍ତ୍ତା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭାଗ’ର ମୁଖ୍ୟ ଅଧ୍ୟାପିକା ଡଃ ମନସ୍ବିନୀ ଦାସ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ’ର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।ନୋଡାଲ୍ ଅଫିସର ଶ୍ରୀମତି ସୋଫିଆ ମଣ୍ଡଳ କାର୍ଯ୍ୟକ୍ରମ’ର ସବିଶେଷ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସଂସ୍କୃତ ବିଭାଗ ଅଧ୍ୟାପିକା ଡି. ପ୍ରିୟଙ୍କା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ’ର ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ରୀ ଓଡ଼ିଆ , ଇଂରାଜୀ ତେଲୁଗୁ ବକ୍ତୃତା , ପ୍ରବନ୍ଧ , ଫ୍ଲାବର ଏରେଞ୍ଜମେଣ୍ଟ , ମୋବାଇଲ୍ ଫଟୋଗ୍ରାଫି , ଚିତ୍ର , କାର୍ଟୁନ୍‌ ଚିତ୍ର , ରଙ୍ଗୋଲି ପ୍ରଭୃତି ପ୍ରତିଯୋଗିତା କାର୍ଯ୍ୟକ୍ରମ’ରେ ଅଂଶ ଗ୍ରହଣ କରିଥିଲେ।