Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକ୍ସନ ମୋଡରେ ମହୁଆ ମୈତ୍ର, ଲୋକସଭାରୁ ବହିଷ୍କୃତ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ

ନୂଆଦିଲ୍ଲୀ: ମହୁଆ ମୈତ୍ର ତାଙ୍କୁ ଲୋକସଭାରୁ ବହିଷ୍କୃତକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ମୈତ୍ରଙ୍କୁ ଶୁକ୍ରବାର ଲାଞ୍ଚ ନେଇ ଗୃହରେ ପ୍ରଶ୍ନ କରିବା ମାମଲାରେ ନିମ୍ନ ସଦନରୁ ଅର୍ଥାତ ଲୋକସଭାରୁ ବହିଷ୍କାର କରାଯାଇଥିଲା। ତେବେ ତୃଣମୂଳ କଂଗ୍ରେସର ସାଂସଦ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ମହୁଆଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ସାଂସଦ ନିଶିକାନ୍ତ ଦୁବେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରୁଥିବା ଅଭିଯୋଗ କରିଥିଲେ।

ଏଥିକ୍ସ କମିଟି ରିପୋର୍ଟ ସ୍ଵୀକାର କରିବା ପରେ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ତାଙ୍କ ବିରୋଧରେ ଉଦ୍ୟୋଗପତି ଦର୍ଶନ ହୀରାନନ୍ଦାନୀଙ୍କଠୁ ଲାଞ୍ଚ ଓ ମହଙ୍ଗା ଉପହାର ନେଇଥିବାର ସଙ୍ଗୀନ ଅଭିଯୋଗ ଲାଗିଥିଲା। ଖୋସ୍ ଉଦ୍ୟୋଗପତିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା,. ଯେଉଁଥିରେ ଦାବି କରାଯାଇଥିଲା ଯେ, ମହୁଆ ଆଦାନୀ ଗ୍ରୁପ ବିରୋଧରେ ପ୍ରଶ୍ନ କରିବା ପାଇଁ ସଂସଦର ଲଗିନ ଡିଟେଲ୍ସ ସେୟାର କରିଥିଲେ।

ନିଷ୍କାସନ ପରେ ମହୁଆ ଏଥିକ୍ସ କମିଟିର ମଧ୍ୟ ସମାଲୋଚନା କରିଥିଲେ। ବିନା ପ୍ରମାଣରେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହୋଇଥିବା ଅଭିଯୋଗ କରିଥିଲେ। ବିରୋଧୀଙ୍କୁ ଟାର୍ଗେଟ୍ କରିବା ପାଇଁ ଶାସକ ଦଳ ତାଙ୍କୁ ମୋହରା କରିଥିବା ସେ କହିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଏଥିକ୍ସ କମିଟି ସମସ୍ତ ନିୟମ ଉଲ୍ଲଂଘନ କରିଛନ୍ତି। ତାଙ୍କୁ ନିଜର ପକ୍ଷ ରଖିବାକୁ ମଧ୍ୟ ଅନୁମତି ଦିଆଯାଇ ନ ଥିବା ସେ ଅଭିଯୋଗ କରିଥିଲେ। ଏବେ ସେ ଏଥିକ୍ସ କମିଟିର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।