ଆମ ଓଡିଶା ନବୀନ ଓଡିଶା ଯୋଜନାର ସୁବଳୟାରେ ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ଅନୁଦାନ ରାଶି ପାଇଥିବାରୁ ଓ ସେହି କାର୍ଯ୍ୟର ଅନୁଦାନ ଫଳକ ଉନ୍ମୋଚିତ କରିବା ସହ ପ୍ରକଳ୍ପର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା , ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରଥମେ ଅତିଥିଗଣ ଏବଂ ସ୍ଥାନୀୟ ପଦାଧିକାରୀ ମାନଙ୍କ ଉପସ୍ଥିତି ରେ ଅନୁବାଦ ଫଳକ ଗୁଡ଼ିକ ଉନ୍ମୋଚିତ କରାଯାଇଥିଲା । ଏଥିରେ ସୁବଳୟା ଶନି ମନ୍ଦିରର ଉନ୍ନତି ପାଇଁ ୩ ଲକ୍ଷ ଟଙ୍କା , ସ୍ଥାନୀୟ ଖେଳ ପଡିଆରେ ଖୋଳା ମଣ୍ଡପ ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା , ନୂଆପଡା ଛକ ନିକଟରେ ଯାତ୍ରୀ ପ୍ରକ୍ଷାଳୟ ପାଇଁ ୫ ଲକ୍ଷ ୯୫ ହଜାର ଟଙ୍କାର ପ୍ରକଳ୍ପର ଫଳକ ଉନ୍ମୋଚିତ ହୋଇଛି । ନୁଆପଡା ଠାରେ ଯାତ୍ରୀ ପ୍ରେକ୍ଷାଳୟ ନିର୍ମାଣ ହେଲେ ବହୁ ଜନସାଧାରଣ ଉପକୃତ ହୋଇପାରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍ବଛ ଶାସନ ବିଷୟରେ ଉପାଧ୍ୟକ୍ଷ ଶ୍ରୀ ଲୁହା ସ୍ଥାନୀୟ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଗ୍ରାମରେ ଅନୁଦାନ ରାଶି ଦିଆଯାଇ ଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ।