Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଙ୍କ ଅନୁପସ୍ଥିତ ଯୋଗୁଁ ପାଠ ପଢା ବନ୍ଦ

କଳାହାଣ୍ଡି, ୧୨/୧୨ (ଜଗନ୍ନାଥ ନାଏକ) : ସରକାର ଛାତ୍ର ଛାତ୍ରୀ ମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା ଦାନ ଯୋଗାଇ ଦେବା ନାଁ ରେ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ଗୃହ ତିଆରି କରିବା ସହିତ ଶିକ୍ଷକ ନିଯୁକ୍ତି କରୁଛନ୍ତି ସତ କିନ୍ତୁ ଦୁର୍ଭାଗ୍ୟର ବିଷୟ ସରକାର ଙ୍କ ଶିକ୍ଷାଦାନ ଗୁଡ଼ିକ ଦୁର୍ଗମ ଅଞ୍ଚଳ ରେ ବାଟବଣା ହୋଇ ଯାଇଛି ଏଥିରୁ ନିରିହ କୋମଳ ମତୀ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଦାନ ପାଇଁ ବାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା ବିଭାଗ ଙ୍କ ଅବହେଳା ହେତୁ ଗ୍ରାମାଞ୍ଚଳ ରେ କାର୍ଯ୍ୟ ରୋତ ଶିକ୍ଷକ ମାନଙ୍କ ବୈମାତୃକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି ଯାହାଫଳରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସ୍କୁଲକୁ ନିୟମିତ ନଯାଇ ନିଜ ନିଜ ବ୍ୟକ୍ତି ଗତ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ପ୍ରାୟ ବନ୍ଦ ରହୁଛି। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳରାମପୁର ବ୍ଲକ ବିରିକୋଟ ଗ୍ରାମ ପଞ୍ଚାୟତ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଳିପଡା ସୋମବାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏଥିରେ କାର୍ଯ୍ୟ ରୋତ ଦୁଇ ଜଣ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢିବା ପାଇଁ ଆସିନଥିବା ସଂପର୍କରେ ଶିକ୍ଷା କମିଟିର ସଭାପତି ଅଭିଯୋଗ ଆଣିଛନ୍ତି। ଶିକ୍ଷକ ମାନଙ୍କ ଏଭଳି ଅବହେଳା ଯୋଗୁଁ ମଧ୍ୟାହ୍ନ ଭୋଜନ ଛାତ୍ର ଛାତ୍ରୀ ମାନଙ୍କୁ ମିଳିପାରି ନଥିବା ବେଳେ ସ୍କୁଲରେ ଦିନ ଯାକ ତାଲା ଝୁଲି ପଡି ରହିଥିବା ଅଭିଯୋଗ ହେଉଛି। ଏନେଇ ଗୋଷ୍ଟି ଶିକ୍ଷା ଅଧିକାର ଙ୍କୁ ଯୋଗାଯୋଗ କରାଗଲା ପରେ ଘୋଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ସୁଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ