ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲ ସୁବଳୟା ର ବାର୍ଷିକ ଉତ୍ସବ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଓଡିଶା ଷ୍ଟେଟ ବିଗ୍ରେଡ ବିଦ୍ୟାଳୟ ରେ ଷଷ୍ଠ ତମ ବାର୍ଷିକ କ୍ରିଡ଼ା ଉତ୍ସବ ସୋମବାର ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ହୋଇଥିବା ବାର୍ଷିକ କ୍ରିଡ଼ା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ସଭାପତି ଅଶୋକ କୁମାର ଦାସ , ପରିଚାଳନା ସଭାପତି ପ୍ରେମାନନ୍ଦ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫରେଷ୍ଟର କବିତା ପାତ୍ର , ବରିଷ୍ଟ ଆଇନଜୀବି ନନ୍ଦି କିଶୋର ମିଶ୍ର ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବରିଷ୍ଟ ବିଭାଗର ଆଦ୍ୟାଶା ଚାଉଲିଆ ଓ କନିଷ୍ଠ ବିଭାଗର ଲିପିସାମୟୀ ପୋଢ ଚାମ୍ପିଅନ ହୋଇଥିଲେ । ଅଧ୍ୟକ୍ଷ ମିନତି ବାଳା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସୈନିକ ଶିକ୍ଷକ ନିଲାମ୍ବର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ରିତାଞ୍ଜଳୀ ସେଠୀ , ମଞ୍ଜୁଲତା ସେଠୀ , ଦିବ୍ୟାନୀ ବେହେରା , ଲିପସା ସାହୁ , ଛବିରାଣୀ କର , ଲିପସା ବେଜୀ , ସଫଳା ବେହେରା , ନିଲିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।