Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଟି ରେଡ୍ ପରେ ଏବେ ମଦ ଟଙ୍କା ଘାଣ୍ଟିବ ଇଡି ! ଖୋଲିବ ଗୁମର

ବଲାଙ୍ଗିର: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ଜବତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତତ୍ପର ହୋଇ ଉଠିଛି। ମାମଲାରେ ଏବେ ଏଣ୍ଟ୍ରି ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୫ ଦିନର ଗଣତି ପରେ ବ୍ୟବସାୟୀଙ୍କଠୁ ୩୫୦ କୋଟିରୁ ଉର୍ଦ୍ଧ୍ଵ ନଗଦ ମିଳିବା ପରେ ଏବେ ଲକରର ଯାଞ୍ଚ ଚାଲିଛି। ଏତେ ମାତ୍ରାରେ ଟଙ୍କା କୁଆଡୁ ଆସିଲା ଏବେ ଇଡି ଏହାର ତଦନ୍ତ କରିପାରେ। ଆଇଟିର ବରିଷ୍ଠ ଅଧିକାରୀଙ୍କୁ ଇଡି ଯୁଗ୍ମ ନିର୍ଦ୍ଦେଶକ ଭେଟିବା ପରେ ଇଡି ଏଣ୍ଟ୍ରିର ସମ୍ଭାବନା ବଢି ଯାଇଛି।

ଏତେ ଟଙ୍କା କେଉଁଠୁ ଆସିଲା, କିପରି ଆସିଲା ଇଡି ଏହା ଘାଣ୍ଟିପାରେ। ଏହା କେବଳ ମଦ ଟଙ୍କା ନା ଅ ଆଉ କିଛି ଏହା ଉପରେ ତଦନ୍ତ କରିପାରେ ଇଡି।ବଲାଙ୍ଗିରର ଏସବିଆଇ ମୁଖ୍ୟ ଶାଖାରେ ରବିବାର ଟଙ୍କା ଗଣତି ସରିବା ପରେ ସୋମବାର ଆକ୍ସିସ ବ୍ୟାଙ୍କର ଲକରର ଯାଞ୍ଚ କରିଛି  ଇଡି। ଏଥିରୁ ବିପୁଳ ପରିମାଣରେ ସୁନାଗହଣା ମିଳିଥିବା ଜଣା ପଡ଼ିଛି। ଆଇଟି ସ୍କାନରରେ ଏବେ ମଦ ବ୍ୟବସାୟୀଙ୍କ ପତ୍ନୀ ରହିଛନ୍ତି।

ଗତ ୬ ଦିନଧରି ବଲାଙ୍ଗୀର ସୁଦପଡା ଭାଟି, କ୍ଳବପଡା ଘର ସହ ଟିଟିଲାଗଡ଼ ରେ ମଦଭାଟି, ମଦ ବ୍ୟବସାୟୀଙ୍କ ଘରେ ଇଡିର ଚଢଉ ଜାରି ରହିଥିଲା ୩୦୨ କୋଟି ଟଙ୍କା ଜବତ କରି ସରକାରୀ ଖାତାରେ ଟଙ୍କା ଜମା କରିଛି ଆଇଟି ବିଭାଗ । ରାଜେଶ ସାହୁ, ବଣ୍ଟି ସାହୁ, ଙ୍କୁ ପଚରାଉଚୁରା କରିଛି ଆଇଟି ବିଭାଗ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ