Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ଓ ଯୁବ ଓଡିଶା ଆନୁକୂଲ୍ୟରେ ଜବାହାର ଉଚ୍ଚ ବିଦ୍ୟାଳୟ ରେ କ୍ରୀଡା ଉତ୍ସଵ ଉଦଘାଟନ।

କୋକସରା:୧୨/୧୨ କୋକସରା ବ୍ଲକ ସଦର ମହକୁମାର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା ଆନୁକୂଲ୍ୟରେ ବ୍ଲକ ପ୍ରଶାସନ ର ସହଯୋଗ ରେ କ୍ରୀଡା ଉତ୍ସଵ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ସଭାପତିତ୍ୱ ରେ କ୍ରୀଡା ଉତ୍ସଵ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଉପସ୍ଥିତ ରହି ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସଵ ର ଶୁଭାରମ୍ଭ କରିଥିଲେ। ଏହି ଅବସର ରେ ବିଧାୟକ ଶ୍ରୀ ବାଗ ଛାତ୍ରଛାତ୍ରୀ ମାନେ ପାଠପଢା ବ୍ୟତୀତ କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆଗଭର ହୋଇ ଦକ୍ଷତା ପ୍ରତିପାଦନ ସହ ନିଜ ସ୍କୁଲ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିପାରିବେ ବୋଳି କହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଉତ୍ସଵ ରେ ହକି, ଫୁଟବଲ, ଭଳିବଲ, ଖୋକୋ, କବାଡି ଓ କ୍ରିକେଟ ଭଳି ଖେଳ ଆୟୋଜନ ହେବ। ଏହି କ୍ରୀଡା ଉତ୍ସଵ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମ ରେ ମଞ୍ଚ ସଂଯୋଜନା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା କରିଥିଲେ।