Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହାୟ ମହିଳା ଙ୍କୁ ଉଦ୍ଧାର କରି ଅନାଥ ଆଶ୍ରମ ପଠାଇଲେ ବ୍ଲକ ପ୍ରଶାସନ।

କୋକସରା:୧୨/୧୨ କୋକସରା ବ୍ଲକ ପରିସରରେ ଦିର୍ଘ ୫ ହେବ ଜଣେ ନିରାଶ୍ରୟ ବୃଦ୍ଧା ମହିଳା ରହି ଆସୁଥିଲେ। କୋକସରା ବ୍ଲକ ସାନ ପୋଡ଼ାଗୁଡା କଲୋନି ପଡା ର ବୃଦ୍ଧା ମହିଳା ଉର୍ମିଳା ଦେଇ ଙ୍କ ପରିବାର ଥିଲା, ହେଲେ ଆଜିକୁ ୪ ବର୍ଷ ତଳେ ସ୍ୱାମୀ ଙ୍କ ଦେହାନ୍ତ ପରେ ତାଙ୍କର ଆଉ ଦୁନିଆ ରେ କେହି ନଥିବା ବେଳେ କୁଳିମଜୁରୀ କରି ଚଳୁଥିଲେ। ତେବେ ମହିଳା ଙ୍କ କହିବା ଅନୁସାରେ ପାଖ ପଡିଶା ଲୋକେ ତାଙ୍କ ଘର ଭାଙ୍ଗିବା ପରେ ତଡି ଦେଇଥିଲେ। ନିରାଶ୍ରୟ ବୃଦ୍ଧା ମହିଳା ଜଣକ କୌଣସି ରାହା ନ ପାଇ ଆଜିକୁ ୪/୫ ମାସ ହେବ କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ରହି ଆସୁଥିଲେ। ବ୍ଲକ କର୍ମଚାରୀ ମାନେ ମଧ୍ୟ ବୃଦ୍ଧା ମହିଳା ଙ୍କୁ ଖାଇବା ପିଇବା ସହ ତାର କଥା ବୁଝୁଥିଲେ। ଏମିତିକି ବୃଦ୍ଧାଆଶ୍ରମ କୁ ନେଇ ଛାଡିବା ପାଇଁ କହିବାରୁ ବୃଦ୍ଧା ଜଣକ ମନା କରିଥିଲେ ଓ ମୁଁ ଏଠାରେ ଠିକ ରେ ଅଛି ବୋଳି କହିଥିଲେ ସେହି ଦିନଠାରୁ ବୃଦ୍ଧା ବ୍ଲକ କଲୋନି ରେ ରହି ଆସୁଥିଲେ।ତେବେ ବୃଦ୍ଧା ଜଣକ ଅସହାୟ ଅବସ୍ଥାରେ ରହୁଥିବା ନେଇ ଏକ ନିର୍ଦ୍ଧିଷ୍ଟ ଖବରକାଗଜ ରେ ଖବର ପ୍ରକାଶିତ ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବୃଦ୍ଧା ଙ୍କୁ ଥଇଥାନ କରିବା ପାଇଁ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ଙ୍କ ଉପସ୍ଥିତି ରେ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମ ରେ ନେଇ ବୃଦ୍ଧା ଙ୍କୁ ନେଇ ବ୍ଲକ କର୍ମଚାରୀ ଛାଡି ଆସିଛନ୍ତି।ସେଠାରେ ବୃଦ୍ଧା ଙ୍କ ସେବାଜତ୍ନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ନେଇ କୋକସରା ବିଡ଼ିଓ କହିଛନ୍ତି।