Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟେର ମଣ୍ଡି ରୁ ଆରମ୍ଭ ହେଲା ଖରିଫ ଧାନ କ୍ରୟ।

କୋକସରା:୧୨/୧୨ କୋକସରା ବ୍ଲକ ଚାର ବାହାଲ ପେକ୍ସ ମୋଟେର ପିପିସି ଧାନ ମଣ୍ଡି ରେ ମଙ୍ଗଳବାର ଠାରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମ ରେ ଚାରବାହାଲ ସମବାୟ ସମିତିର ସଭାପତି ମହେଶ କୁମାର ପଣ୍ଡା, ଚାଷୀନେତା ଦେବେନ୍ଦ୍ର କୁମାର ପାଟଯୋଶୀ,ଚାଷୀ କମିଟି ର ଲବ ନାଏକ, ପରମେଶ୍ୱର ବାଗ, ବାଡି ସତୀଶ,ପର୍ଶୁରାମ ଭାଇସାଲ,ତପନ ମୁଣ୍ଡ ଉପସ୍ଥିତ ରହି ମଣ୍ଡି ଉଦଘାଟନ କରିଥିଲେ। ଆଜି ପ୍ରଥମ ଦିନରେ ଜଣ ୫ ଜଣ ଚାଷୀ ମୋହନ ଦଳପତି, ଗୌରୀ ଦଳପତି,ପରମେଶ୍ୱର ଭାଇସାଲ, ଧବଳେଶ୍ବର ଦଳପତି,
ଙ୍କ ୨୮୫ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାପଡିଛି। ପେକ୍ସ ସମ୍ପାଦକ ମୋହିତ କୁମାର ବେହେରା, ବୈଷ୍ଣବ ଗୋପାଳ, ଆର ଏମ ସି କର୍ମଚାରୀ ମାଧବ ଧ. ମାଝୀ,ମୋହନ ନାଏକ ଉପସ୍ଥିତ ରହି ପରିଚାଳନା କରିଥିଲେ।