କଳାହାଣ୍ଡି, ୧୨/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ରେଳଷ୍ଟେଶନଠାରୁ କିଛି ଦୂରରେ ରେଳବିଭାଗର କାର୍ଯ୍ୟ ଚାଲିଛି। ଏ ନେଇ ଟିଆର୍ଡି ଷ୍ଟାଫ ୨୫୦୦୦ ଭୋଲ୍ଟ ଟ୍ରାନ୍ସମିଶନ ମରାମତି କରୁୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମେନ୍ ଟ୍ରେନର ଚୈତନ୍ୟ ସାଗର ଗୁରୁତର ହୋଇଛନ୍ତି। ତାଙ୍କୁ ଗଭୀର ଆଘାତ ଲାଗିଛି। ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।