Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗତ ଠାରେ ସ୍ଵାଗତ

କଳାହାଣ୍ଡି, ୧୨/୧୨ (ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଓଵିସି ରାଜ୍ୟ ଜନ ଜାଗରଣ ଯାତ୍ରା ରଥ କୁ ଧର୍ମଗତ ସାପ୍ତାହିକ ବଜାର ଠାରେ ଵା ମାଁ ଭଣ୍ଡାର ଘରଣୀ ପିଠ ଠାରେ ସ୍ଵାଗତ ସମ୍ଵଦ୍ଧନା ଦିଆ ଯାଇଥିଲା। ସର୍ଵ ପ୍ରଥମେ ରାଜ୍ୟ ରୁ ଆସି ଥିବା ସମସ୍ତ ପଦାଧିକାରୀ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଙ୍କୁ ଦର୍ଶନ କରି ଥିଲେ ଏବଂ ସଭା କାଯ୍ୟା ରେ ଯୋଗଦେଇଥିଲେ। କଳାହାଣ୍ଡି ଜିଲ୍ଲା ଓଵିସି ସଂଯୋଗ ଶ୍ରୀ ଡାକେଶ୍ଵର ଲହଜ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ମଞ୍ଚ ରେ ରାଜ୍ୟ ଓଵିସି ସଭାପତି ସାହା କର ପାତ୍ର , ଉପସଭାପତି ଇଞ୍ଜିନିୟର ପ୍ରଦୀପ ବେହେରା, ଟ୍ରେଜରର ପ୍ରଦେଶୀ ବିଶ୍ଵାଳ, ସାଧାରଣ ସମ୍ପାଦକ ସମରଜିତ ବେହେରା, ସମେତ କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ଅଵସର ପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ତଥା ପଣ୍ଡରା ମାଳି ସମାଜ ଵରିଷ୍ଟ ସଦସ୍ୟ ରାଜେନ୍ଦ୍ର କୁମାର ଭୋଇ,ସୁଣ୍ଡି ସମାଜ ସଭାପତି ଥଵିର ପ୍ରସାଦ ସାହୁ, ପୂର୍ବତନ ଯାଦବ ସମାଜ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳ, ଧର୍ମଗତ ଗୌନ୍ତିଆ ତଥା ପଣ୍ଡରା ମାଳି ସମାଜ ସଦସ୍ୟ ଗିରିଧାରୀ ନାଏକ ତେଳି ସମାଜ ଵରିଷ୍ଟ ସଦସ୍ୟ ସରତ ଚନ୍ଦ୍ର ସାହୁ, ହଳଦୀଆ ତେଳି ସମାଜ ସଦସ୍ୟ ଗିରିଧାରୀ ସାହୁ , ଧର୍ମଗତ ଯାଦବ ଵ୍ଳକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଯୁଏଡ,ତେଣ୍ଡାପାଳି ସରପଞ୍ଚ ଗୈଲୋଚନ ଗୋପାଳ, ଗଡିଆଯୋର ସରପଞ୍ଚ ଉଦିତ କୁମାର ନାଏକ, ଧର୍ମଗତ ନଗର ଯାଦବ ସମାଜ ସଭାପତି ଅନିରୁଦ୍ଧ ଲହଜଳ, ଆଇନଜୀବୀ ତଥା ସୁଣ୍ଡି ସମାଜ ଵରିଷ୍ଟ ସଦସ୍ୟ ଅଜିତ କୁମାର ସାହୁ, ଗଡିଆଯୋର ଗୌନ୍ତିଆ ଫକୀର ନାଏକ, ମଞ୍ଚାସିନ ଥିବା ବେଳେ, ଡମ୍ବରୁଧର ଲହଜଳ ସ୍ଵାଗତ ଭାଷଣ ଦେଇଥିବାବେଳେ ମଞ୍ଚ ପରିଚାନା ଅରକ୍ଷିତ ଭଇସାଲ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରତନ ନାଏକ, ସୌମ୍ୟରଞ୍ଜନ ନାଏକ, ଲଵଣି ରାଉତ ସମେତ ବହୁ ଓଵିସି ପୁରୁଷ ଓ ମହିଳା ଉପସ୍ଥିତ ରହି ସଭା କାର୍ଯ୍ୟ କୁ ସହଯୋଗ କରିଥିଲେ ମଞ୍ଚ ରେ ଥିବା ସମସ୍ତ ପଦାଧିକାରୀ ଆମ ର ଓଵିସି ସମାଜ କୁ ସମସ୍ତ କ୍ଷେତ୍ରରେ ସରକାର ଅବହେଳା କରୁଛି ଯଦି ଆଗାମୀ ଦିନରେ ଏହି ପରି ଅବହେଳା କରେ ତାହାହେଲେ ଅନ୍ଦୋନ କରାଯିବ ବେଳେ ନିଜ ଵକ୍ତ୍ୟଵ୍ୟ ରେ କହି ଥିଲେ।