ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୁଲ୍ୟରେ ଆସନ୍ତା ୨୨ତାରିଖ ରୁ ଆରମ୍ଭ ହେବ ୨୭ ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାର ର ୯ ଟି ଶ୍ରେଷ୍ଠ ଦଳ ଅଂଶ ଗ୍ରହଣ କରୁଛନ୍ତି । ଏହାର ଫାଇନାଲ ଡିସେମ୍ବର ୨୯ ରେ ହେବ। ଟୁର୍ଣ୍ଣାମେଣ୍ଟ ରେ ସମସ୍ତ ୯ ଟି ଦଳ ପାଇଁ ଫ୍ରାଞ୍ଚାଇଜ ଚଏସ ଲକିଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସଭାପତି ସୁଶିଲ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସେ ଗତ ବର୍ଷର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ ର ସୁପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଜୋନ -୧ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ , ଆଇନଜୀବୀ ରାଧାକାନ୍ତ ବାଘ , ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ପ୍ରମୁଖ ସମାନିତ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗାୟତ୍ରୀ ଆବାସିକ ଶିକ୍ଷାନଷ୍ଠାନ ର ଅଧ୍ୟକ୍ଷ ପଙ୍କଜ ଖମାରୀ , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସତ୍ୟଞ୍ଜିବ ମିଶ୍ର , ସମିତିସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ରମଣ ପ୍ରଧାନ , ଲୋକନାଥ ରଥ , ମନୋଜ ମଲ୍ଲିକ , ଅମିତ ସାହୁ ଓ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସମ୍ପାଦକ ମାଧବ ମହାକୁର ପ୍ରମୁଖ ବିଶେଷ ଅତିଥିଭାବେ ମଞ୍ଚାସିନ ହୋଇ କ୍ରୀଡ଼ା ବାର୍ତ୍ତା ପ୍ରଦାନ କରିଥିଲେ । ସଭାପରେ ଚଏସ ଲକିଙ୍ଗ ମାଧ୍ୟମରେ ଟିମ୍ ଗୁଡ଼ିକୁ ଫ୍ରାଞ୍ଚାଇଜ ମାନେ ପାଇଥିଲେ । ଚଳିତ ବର୍ଷ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଜୟ ଜଗନ୍ନାଥ କ୍ରିକେଟ କ୍ଲବ , ଲୁତୁରପଙ୍କ ସହିତ ଏସ ଡି ସି ଏ , ସୋନପୁର, ଏନ ଏନ ଏସ କ୍ରିକେଟ ଏକାଡେମି ପ୍ରୟାଗରାଜ , ଉତ୍ତରପ୍ରଦେଶ , ଫରେଷ୍ଟ କ୍ରିକେଟ କ୍ଲବ , ଛତିଶଗଡ଼ , ସ୍ପାର୍ଟନ୍ସ , ଭୁବନେଶ୍ୱର , ବକାରୋ ରେଲୱେ , ଝାରଖଣ୍ଡ , ଶ୍ରୀଲତା କ୍ରିକେଟ ଏକାଡେମି , ୱେଷ୍ଟ ବେଙ୍ଗଲ , ସେଲ ରାଞ୍ଚି( ଝାରଖଣ୍ଡ) , ଗୁଲବର୍ଗ ସିଟି -୧୧ ( କର୍ଣ୍ଣାଟକ) ଆଦି ଦଳ ଅଂଶ ଗ୍ରହଣ କରୁଛନ୍ତି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଦଳ କୁ ଟ୍ରଫି ସହିତ ନଗଦ ୫୦ ହଜାର ଟଙ୍କା ଓ ରନର୍ସ ଅଫ ଦଳ କୁ ଟ୍ରଫି ସହିତ ନଗଦ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଏହା ସହିତ ଅନ୍ୟାନ୍ୟ ପୁରସ୍କାର ରାଶି ମଧ୍ୟ ରଖା ଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ଶତାଧିକ କ୍ରିକେଟ ପ୍ରେମି , ଗ୍ରାମବାସୀ , ବିଭିନ୍ନ ସଙ୍ଗଠନ ର ସଦସ୍ୟ , ଜନ ପ୍ରତିନିଧି ଯୋଗଦେଇଥିଲେ । ଶେଷରେ ପ୍ରଭୁଦତ୍ତ ବେଦୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା ରେ ଟୁଟୁ ମହକୁର , ଦେବରାଜ ମହାକୁର , ଶଶାଙ୍କ ପ୍ରଧାନ , ସନାତନ ମହାକୁ଼ର , ସୁଧିର ପ୍ରଧାନ , ସୁନୀଲ ପ୍ରଧାନ , ଆଶିଷ ମେହେର , ରାକେଶ ପ୍ରଧାନ , ଦୀପକ ପ୍ରଧାନ , ବିକାଶ ମହାକୁର , ସତ୍ୟଜିତ ମହାକୁର , ଆଶିଷ ଦେଓ ପ୍ରମୁଖ ସହଯୋଗ କରିଥିଲେ।
ଲୁତୁରପଙ୍ଗ କ୍ରିକେଟ କପ ର ଚଏସ୍ ଲକିଙ୍ଗ ଉତ୍ସବ
