Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏ ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

କଳାହାଣ୍ଡି, ୧୩/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସାନଚେରଗାଁ ବସ୍ତରେଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେଗାଁ ଜୋନ ଜିଲ୍ଳାପାରିଷଦ ଶ୍ରୀଯୁକ୍ତ ଜୟସେନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ଦିଗାମ୍ବର ରଣା ଓ ଲଛମନ ନିଆଲ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ରାଜ୍ୟର ଯୁବ-ସମାଜଙ୍କ ମଧ୍ୟରେ ସାଂସ୍କୃତିକ,ସମାଜ ସେବା ଓ କ୍ରୀଡା ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୁବ ଶକ୍ତିକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ନୂଆ ଓ (ଯୁବ ଓଡ଼ିଶା – ନବୀନ ଓଡ଼ିଶା) କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ଜଣେ ଜଣେ ସ୍ୱେଚ୍ଛାସେବୀ ଓ ଭବିଷ୍ୟତରେ ଦାୟିତ୍ଵ ସମ୍ପନ୍ନ ନାଗରିକ ହେବା ପାଇଁ ଉଦ୍ୟମ ଆରମ୍ଭ ହେଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ କ୍ରୀଡ଼ା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଯୁବବର୍ଗଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ରାଜ୍ୟର ବିକାଶରେ ସକ୍ରୀୟ ଅଂଶୀଦାର କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ସାନଚେରଗାଁ ବସ୍ତରେଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ତ୍ରିଲୋଚନ ସାହୁ, ଓ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଓ ସଂସ୍କୃତିର ଅସ୍ମିତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଆଗାମୀ ଦିନ ମାନଙ୍କରେ ତର୍କ, କ୍ଷୁଦ୍ରଗଳ୍ପ , କବିତା,ଚ ିତ୍ରାଙ୍କନ, ବ୍ୟଙ୍ଗଚିତ୍ର, ଗୀତ, ନୃତ୍ୟ, ଲୋକ ନାଟକ, ଝୋଟି, ରଙ୍ଗୋଲି ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆଦି ଆୟୋଜନ କରା ଯିବାର ଯୋଜନା ରହିଛି। ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଖେଳ ଦାୟିତ୍ୱରେ ରାସାୟନିକ ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ରଣା, ଖେଳ ଶିକ୍ଷକ ଜୟଦେବ ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅଗସ୍ତି ସୁନାନୀ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଥବିର ନାଏକ, ସାମାଜିକ କ୍ଷେତ୍ରରେ ଇଂରାଜୀ ଅଧ୍ୟାପକ ଶିଶିର କୁମାର ସାହୁ,ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦିନେଶ କୁମାର ପୁଟେଲ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ କେଶବ ସାହୁ, ଅଖିଲେସ ଶତପଥୀ, ସୁକାନ୍ତ ଘଡେଇ,ଖୁସିରାମ ମାଝୀ, ହୃଦାନନ୍ଦ ହାତୀ, ଅଭିରାମ କର, ଖୁସିରାମ ଚାଲାନ ଓ ବନବାସ ମୁନିଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ