Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

ଗୋପାଳପୁର,୧୩/୧୨
ରଙ୍ଗେଇଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ବ୍ଲକ ସମ୍ବନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନା, ଘରୋଇ ହିଂସା,ଲିଙ୍ଗଗତ ତାରତମ୍ୟ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ଜୋସ୍ନା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ବ୍ଲକ ଉପାଧକ୍ଷା ଅନିତା ମହାଙ୍କୁଡ ,ଏବଇଇଓ କୁସୁମ ପାଢ଼ୀ,ବାଲ୍ୟ ବିବାହ ସଂଯୋଜକ ଦେବବ୍ରତ ମାହୁନ୍ତ,ଓ୍ବାନ ଷ୍ଟପ ସଖୀ ସେଣ୍ଟର ପ୍ରଶାସିକା ମହେଶ୍ବତା ପାଢ଼ୀ, ସେବା ଏନ ଜି ଓ ର ଅଳକା ସାହୁ,ବିପିଏମ ଅଜୟ ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ।ଏହି ଅବସରରେ ବିଜୁ କନ୍ୟା ରତ୍ନ ଯୋଜନା ଆନୁକୁଲ୍ୟରେ ମାଁ ମାନଙ୍କୁ କମ୍ବଳ ବଣ୍ଟନ ସହ ମେଧାବୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସଭାରେ ଉପସ୍ଥିତ ଅଙ୍ଗନବାଡ଼ି, ଆଶାକର୍ମୀ ମାନଙ୍କୁ ସଚେତନ କରା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରାଣା,ସୁପରଭାଇଜର ଶୈଳବାଳା ଦାସ, ସୌଦାମିନୀ ସାହୁ, ରଚନା ପ୍ରଧାନ,ସତ୍ୟଭାମା ପାଢ଼ୀ, ତପସ୍ଵିନୀ ସେନାପତି, ସରସ୍ଵତୀ ବେହେରା,ବବିତା ନାୟକ,ମଞୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories