Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଉଦଘାଟିତ ପ୍ରଥମ ସଂଧ୍ୟାରେ ମଂଚସ୍ଥ ହେଲା ‘ପଏର୍ଚ୍ଛା ସତୀ’

ଦେବଗଡ଼:ସ୍ଥାନୀୟ ଟାଉନ ହଲ ଠାରେ ଅଗ୍ରଣୀ ଅନୁଷ୍ଟାନ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ୧୯ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି । ସଂଧ୍ୟାରେ ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିିତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟଅତିଥି, ଜିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠନିକ ଭାବେ ଉଦଘାଟନ କରିଥିଲେ ।ଅନୁଷ୍ଠାନର ସଂପାଦକ ସୁଜିତ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜନ୍ମାଜୟ ନାୟକ ମଂଚ ପରିଚାଳନା କରିଥିଲେ । ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ଧନ୍ୟବାଦ ଦେଇଥିଲେ । ପ୍ରଥମ ସଂଧ୍ୟାରେ ବରଗଡ ଜିଲ୍ଲାର ପଦ୍ମପୁରର ‘ଲୁ ’ଅନୁଷ୍ଟାନ ପକ୍ଷରୁ ସମ୍ବଲପୁରୀ ନାଟକ ‘ପଏର୍ଚ୍ଛା ସତୀ’ ମଂଚସ୍ଥ ହୋଇଥିଲା । ଖଗେଶ୍ବର ସେଠୀଙ୍କ ରଚିତ ନାଟକକୁ ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶିନା ଦେଇଛନ୍ତି ପ୍ରଫେସର କେଶ ରଞ୍ଜନ ପ୍ରଧାନ । ‘ପଏର୍ଚ୍ଛା ସତୀ’ ଏକ ସଶକ୍ତ ନାରୀବାଦୀ କୃତି। ପଏର୍ଛା ସତୀର ପୁନର୍ମୂଲ୍ୟାୟନକୁ ଦୃଷ୍ଟିରେ ରଖି ଏକ ସଂଗୀତ ରୂପକ ପ୍ରସ୍ତୁତ କରିଛନ୍ତି ଲୁ ଅନୁଷ୍ଟାନର କଳାକାର । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ଚିତ୍ତରଂଜନ ଦାସ, ଯୁଗ୍ମ ସଂପାଦକ ବିଶାଲ ନାୟକ, ସହସଂପାଦକ ବଂଶୀଧର ସାହୁ, ଅମ୍ଲାଂଶୁ ପୂଜାରୀ,ଶୁଭମ ମହାଙ୍କୁର, ରାକେଶ ଶତପଥି, ଶିବାଶିଷ ଝାଙ୍କର ସମତେ ଅନୁଷ୍ଠାନର କର୍ମକର୍ତ୍ତାମ‌ାନେ ସହଯୋଗ କରିଥିଲେ ।