ବୀରମହାରାଜପୁର କଲେଜର ଛାତ୍ରଛାତ୍ରୀ ଙ୍କୁ ନେଇ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର) ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ‘ନୂଆ ଓଡିଶା’ – ଯୁବ ଓଡିଶା – ନବୀନ ଓଡିଶାର ଆର୍ଥିକ ସହଯୋଗରେ ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଏକ ରାଲିକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଶତାଧିକ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଶିବ କୁମାର ପୁରୋହିତ , ବିଜୟ କୁମାର ପୁରୋହିତ , ନରେନ୍ଦ୍ର ଝା , ଡ଼.ଶିଶିର ବଣିଆ , ମାଧବ ପଧାନ , ଜିତେନ୍ଦ୍ର ସାହୁ , ଯାମିନୀ ଦାଶ , ସ୍ମୃତି ରଞ୍ଜନ ଭରାସାଗର , ହରପ୍ରିୟା ମହାପାତ୍ର ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ନେତୃତ୍ୱ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗଦିଶ ସାହୁ ଓ ଶ୍ରୀରାମ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ I