ବୀରମହାରାଜପୁର ପଞ୍ଚାୟତ ସମିତି ବୈଠକରେ ଉନ୍ନୟନ କାମ ଶୀଘ୍ର ଶେଷ କରିବାକୁ ଆଲୋଚନା


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ । ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ବୈଠକରେ ଏବିଡ଼ିଓ ପୁରୁଷୋତ୍ତମ ଧରୁଆ ଗତ ବୈଠକ ରେ ବିଭିନ୍ନ ବିଭାଗର ଉପରେ ହୋଇଥିବା ଆଲୋଚନା ବିଷୟରେ ସୂଚନା ଦେଇଥିଲେ । ଅନୁଷ୍ଠିତ ବୈଠକରେ ବୀରମହାରାଜପୁର ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ ଅଞ୍ଚଳ ର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଉପରେ ଅଭିଯୋଗ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସ୍ବାସ୍ଥ୍ୟ ସେବା ସୁଧାର ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପାଳଙ୍କୁ ସହିତ ଆଲୋଚନା କରି ସମାସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ଏହା ସହିତ ବୀରମହାରାଜପୁର ସମସ୍ତ ଅଞ୍ଚଳରେ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ , ପରିଷ୍କାର ପରିଚ୍ଛନ୍ନତା ଉପରେ ଆଲୋଚନା ହୋଇଥିଲା । ଅ‌ନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ନିରୁପମା ବଗର୍ତ୍ତି , ଅନୁସୟା ପଧାନ , ବିଷ୍ଣୁ ପ୍ରିୟା କୁମ୍ଭାର ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ ସମିତି ସଭ୍ୟ ବିନୋବା ନନ୍ଦ ପଧାନ , ଲକ୍ଷ୍ମୀ ନାରାୟଣ ପୁରୋହିତ , ରିତା ଗର୍ଡିଆ , ସଇନ୍ଦୁ ସାହୁ , ସୁଷମା ସେଠୀ , ରସ୍ମୀତା ପାଣ୍ଡେଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ମାନେ ବିଭିନ୍ନ ବିଭାଗର ଉପରେ ଆଲୋଚନା କରିଥିଲେ । ‌ବିଶେଷ ଭାବରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବୀରମହାରାଜପୁର ବ୍ଳକର ସମସ୍ତ ବିଭାଗୀୟ ଅଧିକାରୀ ଉପରିସ୍ଥ ଥିଲେ । ଶେଷରେ ଜିପିଓ ପ୍ରଦୀପ କୁମାର ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।