କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତି ବଗର୍ତ୍ତି ଯୋଗ ଦେଇ କ୍ରୀଡା ଦ୍ଵାରା ଶରୀର ସୁସ୍ଥ ରହେ ବୋଲି ମତ ଦେଇଥିଲେ । ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ବ୍ୟାଡମିଣ୍ଟନ , କ୍ରିକେଟ , 100ମି ଦୌଡ଼ , 200ମି ଦୌଡ଼ , 800ମି ଦୌଡ଼ , ସଟ୍ ଫୁଟ୍ ଥ୍ରୋ , ଡିସକସ୍ , ଲମ୍ବ ଡିଆଁ , ଉଚ୍ଚ ଡିଆଁ , ମ୍ୟୁଜିକ ଚେୟାର , ଗ୍ଲାସ ବଲ୍ ଆଦି ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରେମଲତା କିନବୋ ଓ ସୁନିତା କନ୍ଦବୁରୋ ଚାମ୍ପିଆନ୍ ହୋଇଥିଲେ । ଶିକ୍ଷକ ତ୍ରିଲୋଚନ ସାହୁ , ଗିରିଧାରୀ ନାଏକ୍ , ମାନସ ରଞ୍ଜନ କଲେତ୍ , ଶ୍ଵପ୍ନାସାଗର ତାଣ୍ଡି , ଶିକ୍ଷୟିତ୍ରୀ ରଞ୍ଜିତା , ଡୁଳେଶ୍ଵରୀ , ଜ୍ୟୋତି, ଲିଲି , ସାବିତ୍ରୀ ଆଦି ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।