Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ବକ୍ସିପଲ୍ଲୀ ଓଡିଆରପି କଲୋନୀ ରେ ଅଭାବନୀୟ ଘଟଣା ଦୁର୍ବତ୍ତ ମାନେ ଚୋରୀ କରିବା ସହ ଘରେ ନିଆଁ ଲଗାଇ ଚମ୍ପଟ ମାରିଲେ

ଗୋପାଳପୁର ୧୪/୧୨
ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ବକ୍ସିପଲ୍ଲୀ ଗ୍ରାମର ଓଡ଼ିଆରପି କଲୋନିରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରମାନେ ତାଲା ବନ୍ଦ ଘରକୁ ଟାର୍ଗେଟ କରିବା ସହ ସେଠାରେ କଳା କନା ବୁଲାଇ ,ଘରେ ନିଆଁ ଲଗାଇ ଫେରାର ହୋଇ ଯାଇଛନ୍ତି।ଚୋର ମାନେ ବିଳମ୍ବିତ ରାତ୍ରରେ ଘରର ଭେଣ୍ଟଲେଟର ଭାଙ୍ଗି ଭିତରେ ପଶି ସୁନା, ରୁପା, ପିତଳ ସାମଗ୍ରୀ, ଗ୍ୟାସ ହାଣ୍ଡି,ନଗଦ ଟଙ୍କା, ଟିଭି ଆଦି ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ନୂଆ ବକ୍ସିପଲ୍ଲୀ ଗ୍ରାମର ଓଡ଼ିଆରପି କୋଲନିର ୧୮୩ ନଂ ଘରେ ରହୁଥିବା ପ୍ରଦୀପ ସେଠୀ ଘରେ ଏକ ଲୁଗା ଦୋକାନ କରିଥିବା ବେଳେ ସେ ଗୋପାଳପୁର ସ୍ବସ୍ତି ହୋଟେଲରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l ତୃତୀୟ ପାଳି ଗୁରୁବାର ନିମନ୍ତେ ବୁଧୁବାର ଦିନ ସନ୍ଧ୍ୟାରେ ପତ୍ନୀ ଓ ୩ ବର୍ଷର ପୁଅକୁ ନେଇ ନିଜ ଘର ଧରମପୁରରେ ଛାଡିଥିଲେ l ପୁଣି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଓଡ଼ିଆରପି ଘରକୁ ଆସିଥିଲେ l ତାଙ୍କର ରାତ୍ର ଡ୍ୟୁଟି ଥିବାରୁ ରାତ୍ର ସାଢେ ୯ ଟା ସମୟରେ ଘରେ ଚାବି ପକାଇ ବାହାରିଥିଲେ l ଭୋର ସକାଳ ୪ଟା ସମୟରେ ପୋଡଷୀ ମାନେ ଘରେ ନିଆଁ ଲାଗିଥିବା ନେଇ ପ୍ରଦୀପଙ୍କ ପତ୍ନୀଙ୍କୁ ଖବର ଦେଇଥିଲେ l ଏ ନେଇ ପତ୍ନୀ ପ୍ରଦୀପକୁ ଖବର ଦେଇଥିଲେ l ଖବର ପାଇଁ ପ୍ରଦୀପ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଘର ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖି ପୋଡ଼ସିଙ୍କ ସହାୟତାରେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ l ନିଆଁ ନ ଲିଭିବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ l ପରେ ଘରେ ଭିତରେ ଦେଖିବା ବେଳେ ଆଲମାରୀ ରେ ଥିବା ୫ ତୁଳା ସୁନା, ପ୍ରାୟ ୧୫ ହଜାର ଟଙ୍କା,ପିତଳ ସାମଗ୍ରୀ, ରୂପା, ଗ୍ୟାସ ଚୁଲା, ହାଣ୍ଡି, ନୂଆ ଲୁଗା, ଟିଭି ଆଦି ଦୁର୍ବତ୍ତ ମାନେ ଚୋରି କରିଥିବା ବେଳେ ଘରେ ନିଆଁ ଲାଗି ଖଟ, ଲୁଗାପଟା, କାଠ ଆଲମାରୀ ଆଦି ଲକ୍ଷାଧିକ ଟଙ୍କା ପୋଡି ନଷ୍ଟ ହୋଇଥିବା ଦେଖିଥିଲେ l ଏ ନେଇ ପ୍ରଦୀପ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୫୦୮/୨୩ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଥିଲେ l ବ୍ରହ୍ମପୁର ସଦର ଏସ ଡ଼ି ପି ଓ ଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସାଇଟିଫିକ ଟିମ, ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l ଏ ନେଇ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଥିବା କହିଛନ୍ତି lଚୋର ମାନଙ୍କ ଏହିଭଳି କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ରେ ବିଷୟ ପାଲଟିଥିବା ବେଳେ ଚୋରି କରିବା ପରେ ଚୋର ଘରେ ନିଆଁ ଲଗାଇବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି