ଖଣ୍ଡହତା ହାଇସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବରେ ବାଳକ ବିଭାଗରେ ବିଶ୍ଵନାଥ ଏବଂ ବାଳିକାର ସିନା ଚମ୍ପିଆନ୍ ଘୋଷିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ହୋଇଥିବା ଉକ୍ତ କ୍ରୀଡ଼ା ଉତ୍ସବ ର ଉଦଘାଟନୀ ଉତ୍ସବ କୁ ପ୍ରଧାନ ଶିକ୍ଷକ ଆଖୋଜ ପ୍ରଧାନ ଉଦଘାଟନ କରିଥିଲେ । ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଛାତ୍ରମାନେ ଏକ ଶୋଭାଯାତ୍ରା ରେ ମଶାଲ ଆଣି ପଡିଆ ରେ ସ୍ଥାପନ କରିଥିଲେ । ଉଭୟ ବାଳିକା ଓ ବାଳକ ବର୍ଗରେ ୧୦୦ ମିଟର , ୨୦୦ ମିଟର , ୪୦୦ମିଟର , ୮୦୦ମିଟର , ୧୬୦୦ ମିଟର ଦୌଡ , ଲମ୍ବା ଡିଆଁ , ଉଚ୍ଚ ଡିଆଁ , ସର୍ଟ ଫୁଟ ଥ୍ରୋ , ଡିସକସ୍ ଥ୍ରୋ , ଜେଭେଲିନ ଥ୍ରୋ , ପଟାଟୋ ରେସ , ମ୍ୟୁଜିକ ଚ୍ୟାର , ସାଇକେଲ ସ୍ଲୋ ଆଦି ପ୍ରତିଯୋଗିତା ହୋଇଥିଲା। ଖେଳ ଗୁଡ଼ିକ କୁ ରଞ୍ଜିତ ମିଶ୍ର ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ଉଜ୍ଜ୍ୱଳ ପ୍ରଧାନ , ଅନନ୍ତ ଚରଣ ପ୍ରଧାନ ଓ ସନ୍ତୋଷ ରଥ ଅତିଥି ଭାବେ ଯୋଗଦେଇଥିଲ । ଏହି ଅବସରରେ ବାଳିକା ବିଭାଗ ପାଇଁ ସିନା ପଧାନ ଓ ବାଳକ ବିଭାଗ ପାଇଁ ବିଶ୍ଵନାଥ ବାଘ ଙ୍କୁ ଚାମ୍ପିଅନ ଭାବେ ଘୋଷଣା କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ଆସନ୍ତା ଶିଶୁ ଉତ୍ସବ ରେ ପୁରସ୍କୃତ କରାଯିବାକୁ ଥିବା ପ୍ରକାଶ I