ବଢିଲା ଭାରତୀୟ ପାସପୋର୍ଟର କ୍ଷମତା, ଏବେ ବିନା ଭିସାରେ ଯାତ୍ରା କରି ପାରିବେ ଭାରତୀୟ


ନୂଆଦିଲ୍ଲୀ: ବଢିଲା ଭାରତୀୟ ଭିସାର କ୍ଷମତା । ଇରାନ ଗୁରୁବାର ଭାରତ ଓ ସାଉଦି ଆରବ ସହିତ ୩୩ ଦେଶ ପାଇଁ ଭିସାର ଆବଶ୍ୟକତାକୁ ହଟାଇ ଦେଇଛି । ଏହାର ଅର୍ଥ ଏବେ ଇରାନ ଯାତ୍ରା ପାଇଁ ଭାରତୀୟ ନାଗରିକଙ୍କୁ ଭିସାର ଆବଶ୍ୟକତା ନାହିଁ । ବିନା ଭିସାରେ ଭାରତୀୟ ଇରାନ ଯାତ୍ରା କରି ପାରିବେ । ଇରାନୀ ପର୍ଯ୍ୟଟନ ମନ୍ତ୍ରଣାଳୟ ଅନୁଯାୟୀ, ଏକ ମୁକ୍ତ ଦ୍ୱାର ନୀତି ଦୁନିଆର ବିଭିନ୍ନ ଦେଶ ସହିତ ଇରାନର ଦୃଢ ସଂକଳ୍ପକୁ ପ୍ରଦର୍ଶିତ କରିବ । ଏହି ନିଷ୍ପତି ଫଳରେ ଏବେ ଇରାନକୁ ୪୫ ଦେଶର ନାଗରିକ ବିନା ଭିସାରେ ଯାତ୍ରା କରି ପାରିବେ ।

ସମାଚାର ଏଜେନ୍ସି ଅନୁଯାୟୀ, ଲେବାନନ, ଟ୍ୟୁନିସିଆ, ଭାରତ, ସାଉଦି ଆରବ ଓ ଅନେକ ମଧ୍ୟ ଏସୀୟ ଦେଶ, ଆଫ୍ରିକି ଓ ମୁସଲିମ ଦେଶ ସହିତ ମୋଟ୍ ୩୩ ଦେଶ ପାଇଁ ଇରାନ ନିଜର ଭିସା ପ୍ରକ୍ରିୟାକୁ ହଟାଇ ଦେଇଛି । ଏହି ତାଲିକାରେ କ୍ରୋଏସିଆ ମଧ୍ୟ ସାମିଲ୍ । ଇରାନ ଏହି ନିର୍ଣ୍ଣୟ ଉପସାଗରୀୟ ଦେଶ ସାଉଦି ଆରବ ମଧ୍ୟରେ ବର୍ଷ ବର୍ଷ ଧରି ରହିଥିବା ତିକ୍ତତା ମଧ୍ୟରେ ନେଇଛି । ଏହି ନିଷ୍ପତି ଦ୍ୱାରା ଇରାନ ଓ ସାଉଦି ଆରବ ମଧ୍ୟରେ ସମ୍ବନ୍ଧରେ ସୁଧାର ଆସିବା ନେଇ ଆଶା କରାଯାଉଛି ।

ଏହା ପୂର୍ବରୁ ଇରାନ ନିଜ ଦେଶକୁ ଯାତ୍ରା ପାଇଁ ଭିସା ଆବଶ୍ୟକତାକୁ ୟୁଏଇ ଓ କାତାର ପାଇଁ ହଟାଇଥିଲା । ଇରାନ ରୁଷୀୟ ମାନଙ୍କୁ ମଧ୍ୟ ଭିସା ନିୟମରେ କୋହଳ କରିବାକୁ ଚାହୁଁଛି । ଏହା ତେବେ ସମ୍ଭବ ହେବ ଯେବେ ରୁଷ ୟୁନିୟନ ଦେଶ ଇରାନ ଯାତ୍ରା କରିବେ ।