Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଛାତ୍ରଛାତ୍ରୀ ଦକ୍ଷ ହେଲେ ରାଷ୍ଟ୍ର ବିକଶିତ ହୁଏ

ବୀରମହାରାଜପୁର : (ସୌମିତ୍ରି ମେହେର) ଉଲୁଣ୍ଡା ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ସମନ୍ୱିତ ଯୁବ ବିକାଶ ତଥା ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବାଶିଷ ପାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଅଞ୍ଜଳୀନା ପ୍ରଧାନ ଏବଂ ସମ୍ମାନୀତ ଅତିଥି ଭାବେ ବୀରମହାରାଜପୁର ଉପଜିଲାପାଳ ଲଲାଟେନ୍ଦୁ ସିଂ , ଜିଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ନାଟ୍ୟକାର ପ୍ରଦ୍ୟୁମ୍ନ କୁମାର ସାହୁ ମଂଚାସୀନ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କଳା ସଂସ୍କୃତି ଓ କ୍ରୀଡା ବିଭାଗର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ତିନିଦିନ ଧରି ସାମାଜିକ କାର୍ଯ୍ୟକ୍ରମ ଅଧିନରେ ଉଲୁଣ୍ଡା ନିକଟରେ ଏକ ଚକ୍ଷୁ ଚିକିତ୍ସା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମାଂଚଳର ବହୁ ରୋଗୀ ନିଜ ନିଜର ଚକ୍ଷୁ ଚିକିତ୍ସା କରାଇବା ସହ ଉପକୃତ ହୋଇ ପାରିଥିଲେ । ଏଥିସହ ଛାତ୍ରଛାତ୍ରୀ ମାନେ ବାଲ୍ୟବିବାହ ମୁକ୍ତ ସମାଜ ଗଠନ ପାଇଁ ପଥପ୍ରାନ୍ତ ନାଟକ ଓ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିବା ବେଳେ ଏହା ବେଶ ପ୍ରଶଂସିତ ହୋଇ ପାରିଥିଲା । ଗୁରୁବାର ଶେଷ ଦିନର ଉଦଯାପନୀ ସଭାରେ ମଂଚାସୀନ ଅତିଥି ମାନେ ସରକାରଙ୍କ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଅଭିନନ୍ଦନ ଜଣାଇଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହୋଇପାରିଲେ ରାଷ୍ଟ୍ର ବିକଶିତ ହେବ ବୋଲି ପ୍ରକାଶ କରିବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀ ବ୍ରତୀ ହେବାକୁ ପରାମର୍ଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟାପିକା ତେଜଶ୍ରୀ ମିଶ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଦୁର୍ଗାଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।