Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କମିରା ଓ ସୁବଳୟା ରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଓ କମିରା ଠାରେ ଗୁରୁବାର ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର , କମିରା ସରପଞ୍ଚ ଅନୁସୟା ପଧାନ ଙ୍କର ସଭାପତିତ୍ବରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମ ସଭାରେ ଲୋକଙ୍କ ସହ ଭାଗିଦାରି ହୋଇ ଲୋକଙ୍କ ଆବଶ୍ୟକ ପୂରଣ ପାଇଁ ପଞ୍ଚାୟତ ଉନ୍ନୟନ ଯୋଜନା ୨୦୨୩-୨୪ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥା , ବିଧବା , ବାର୍ଦ୍ଧକ୍ୟ ଭତ୍ତା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଗ୍ରଗତି , ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆଦି ସହିତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ଅନୁଷ୍ଠିତ ବୈଠକରେ ସମସ୍ତ ଗ୍ରାମର ସାବାଳକ ବ୍ୟକ୍ତି , ୱ।ର୍ଡ ସଭ୍ୟ ସଭ୍ୟା , ଅଙ୍ଗନୱାଡ଼ି କର୍ମୀ , ସିଆରପି , କୃଷି ବିଭାଗର ଓଭରସିଅର ଯୋଗଦେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ରେ ଅଂଶଗ୍ରହଣ କରିଥିଲେ।