Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ଯୋଗଦାନ

କଳାହାଣ୍ଡି, ୧୫/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଡି ଆଇ ଇ ଟି ସ୍କୁଲ୍ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ରେ ମୋଟ ୨୮ଟି ନିଯୁକ୍ତି ଦାତା ଅଂଶ ଗ୍ରହଣ କରିଥିଲେ। ଏହି ନିଯୁକ୍ତି ମେଳା ର କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ଉଦ୍ୟମରେ ୯୬ ଜଣ ଦିବ୍ୟାଙ୍ଗ ଯୁବକ ଯୁବତୀ ଅଂଶ ଗ୍ରହଣ କରି ପ୍ରାୟ ୧୦ ଜଣ ବିଭିନ୍ନ କର୍ମସଂସ୍ଥାନ ରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ। ଏହି ଅବସରରେ କଳାହାଣ୍ଡି ବଣିକ ସଂଘ ମଧ୍ୟ ବିଭିନ୍ନ ବ୍ୟବସାୟ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ମଞ୍ଚ ର ୧୩ଟି ବ୍ଲକର କର୍ମକର୍ତ୍ତା ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ