Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବଜାତ ଶିଶୁ ପୁତ୍ରର ମୃତ ଦେହକୁ ପରିବାରକୁ ହସ୍ତାନ୍ତର

ଗୋପାଳପୁର ୧୫/୧୨
ଗୋପାଳପୁର ପୁଲିସ ପକ୍ଷରୁ ସାନକୁଶସ୍ଥଳୀ ଗ୍ରାମ ନିକଟରୁ ଚଳିତ ମାସ ୧୨ ତାରିଖରେ ଉଦ୍ଧାର ହୋଇଥିବା ନବଜାତ ଶିଶୁ ପୁତ୍ରର ମୃତ ଦେହକୁ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ସୂଚନା ପ୍ରକାରେ ଗତ ୧୨ ତାରିଖ ସକାଳ ପ୍ରାୟ ସାଢେ ୧୦ ସମୟରେ ସାନକୁଶସ୍ଥଳୀ ଗ୍ରାମର କେନାଲ ରାସ୍ତାରେ ଏକ ଅଜଣା ନବଜାତ ଶିଶୁ ପୁତ୍ରର ମୃତ ଦେହ ପଡ଼ିଥିବା ଦେଖି ଗ୍ରାମର ଗୌର ହରି ସାହୁ ଗୋପାଳପୁର ଥାନାକୁ ଖବର ଦେଇଥିଲେ l ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିବା ସହ ଥାନା କେସ ନମ୍ବର ୨୮/୨୩ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ବ୍ରହ୍ମପୁର ବଡ଼ ମେଡିକାଲର ଶିଶୁ ପରିଚୟ ମିଳି ନ ଥିବାରୁ ଶବ ଗୃହରେ ରଖି ତଦନ୍ତ ଆରମ୍ଭ କରିଥିଲେ l ଲାଗିଥିବା ଟେଗ କୁ ନେଇ ଗୋପାଳପୁର ପୁଲିସ ଖୋଳତାଡ଼ କରିବା ଶିଶୁଟି ବ୍ରହ୍ମପୁର ବଡ଼ ମେଡିକାଲରେ ଚଳିତ ମାସ ୭ ତାରିଖରେ ଜନ୍ମ ହୋଇଥିବା ବେଳେ ୧୨ ତାରିଖରେ ମୃତ୍ୟୁ ହୋଇଥିଲା l ମୃତ ନବଜାତ ଶିଶୁର ବାପା ବାବୁଲା ଦାସ, ମାତା ବିନୁ ମହାନ୍ତି କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମର ବୋଲି ପୁଲିସ ଖବର ପାଇଁ ପରିବାର ଲୋକକୁ ଡକାଇ ହସ୍ତାନ୍ତର କରିଛି l ବାବୁଲା ଦାସ ଗରିବ ହୋଇଥିବାରୁ ମୃତ ଶିଶୁକୁ ସେଠାରେ ପକାଇ ଚାଲିଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories