Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅନ୍ତଃ ମହାବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଘାଟିତ

ଗୋପାଳପୁର, ୧୫/୧୨
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଦୁଇ ଦିନିଆ ୫୫ତମ ଅନ୍ତଃ ମହାବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ ଉଦ୍‌ଘାଟନ କରିବା ସହ ଖେଳକୁଦ ଦ୍ବାରା ଶରୀର ସୁସ୍ଥ ରହିବ ବୋଲି କହିବା ସହ ଶୃଙ୍ଖଳିତ ହେବା ସହ ନୀତିନିୟମ ପାଳନ କରିବା, ଜିତିବା ଓ ହାରିବା ଗୁରୁତ୍ୱ ନ ଦେଇ ଅଂଶ ଗ୍ରହଣ କରିବାକୁ କହିଥିଲେ l ତାହାସହ ଖେଳ ପ୍ରତି ଗୁରୁତ୍ବ ଦେବାକୁ କହିଥିଲେ। ସମ୍ମାନିତ ଅତିଥି ଭାବେ କୁଳସଚିବ ସଚ୍ଚିତାନନ୍ଦ ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର୍ ସୁଶାନ୍ତ କୁମାର ବରାଳ, ପିଇଓ ରବି ଚରଣ ମିଶ୍ର, ରାଜେଶ୍ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ଡ଼ ରବି ନାରାୟଣ ସାହୁ ସଭା ପରିଚାଳନା କରିଥିବା ବେଳେ ପରିଚାଳନା ପରିଷଦ ସଭାପତି ଜେ. କାମେଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଦୌଡ଼କୁଦ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୨୭ଟି କଲେଜରୁ ମହିଳା ବର୍ଗରେ ୧୧୨ଜଣ ଓ ପୁରୁଷ ବର୍ଗରେ ୧୬୨ଜଣ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମହିଳା ବର୍ଗରେ ୧୦ଟି ଓ ପୁରୁଷ ବର୍ଗରେ ୧୬ଟି ଇଭେଣ୍ଟ କରାଯିବ। ଆଜି ପ୍ରଥମ ଦିନରେ ମହିଳା ବର୍ଗର ଫାଇନାଲ ରାଉଣ୍ଡ ଲମ୍ୱାଡିଆଁ ପ୍ରତିଯୋଗିତାରେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର କୁସ୍ମିତା ଭୂୟାଁ ପ୍ରଥମ,ଲକ୍ଷ୍ମୀ ଗଣ୍ଡ ଦ୍ୱିତୀୟ,ଉଚ୍ଚାଡିଆଁରେ ପ୍ରଥମ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର କୁସ୍ମିତା ଭୂୟାଁ, ଦ୍ୱିତୀୟ ସାମାରି ହାଞ୍ଜରିୟା ଶିମିଳିଗୁଡା କଲେଜ, ତୃତୀୟ ଇତିଶ୍ରୀ ସ୍ୱାଇଁ ଭଞ୍ଜନଗର କଲେଜ,ସଟ୍‌ଫୁଟ୍‌ରେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ପାୟଲ କୁମାରୀ ସାହୁ ପ୍ରଥମ,ଦ୍ୱିତୀୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନିରୁପମା ପ୍ରଧାନ, ତୃତୀୟ ରାୟଗଡା ମହିଳା ମହାବିଦ୍ୟାଳୟର ଭାରତୀ ମୁଣ୍ଡା,ଜାଭଲିଂ ଥ୍ରୋରେ ସେମିଳିଗୁଡା କଲେଜର ସାମରୀ ହାଞ୍ଜରିୟା ପ୍ରଥମ,ରାୟଗଡା ମହିଳା ମହାବିଦ୍ୟାଳୟର ସରସ୍ବତୀ ହିକକା ଦ୍ୱିତୀୟ, ତୃତୀୟ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର କୁସ୍ମିତା ଭୂୟାଁ,ସେହିପରି ପୁରୁଷ ବର୍ଗର ୧୫୦୦ ମିଟର ଦୌଡ଼ରେ ରାଇକିଆ ଜେ.ଜେ ମହାବିଦ୍ୟାଳୟର ଆକାଶ ସିଂ ପ୍ରଥମ,ଫିରିଗିୟା ପଂଚାୟତ ଡିଗ୍ରୀ କଲେଜର ଅଭିସିସା ଦ୍ୱିତୀୟ,ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଶିବ ପୂଜାରୀ ତୃତୀୟ,୫୦୦୦ ମିଟର ଦୌଡ଼ରେ ସମନ୍ତିଆପଲ୍ଲୀ ଏସ୍‌ବିପି ମହାବିଦ୍ୟାଳୟର ସାଇ କିରଣ ସାହୁ ପ୍ରଥମ, ଦ୍ୱିତୀୟ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଶିବ ପୂଜାରୀ, ତୃତୀୟ ଶିମିଳିଗୁଡ଼ା କଲେଜ ଅମିତ ଜାନି, ଲମ୍ବଡିଆରେ ଶିମିଳିଗୁଡ଼ା କଲେଜ ପଦ୍ମମନ ହନ୍ତାଳ, ଦ୍ୱିତୀୟ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ସୁରେନ୍ଦ୍ର ସାନ୍ତା, ତୃତୀୟ ଭଞ୍ଜନଗର କଲେଜ ପ୍ରଦ୍ୟୁମ୍ନ ପଲାଇ,ସଟଫୁଟରେ ପାରଳାଖେମୁଣ୍ଡି ଏସ୍‌କେସିଜି କଲେଜର ନିର୍ମଳ ଜେନା ପ୍ରଥମ, ଦ୍ୱିତୀୟ ଅଭିସେକ ପଣ୍ଡା, ତୃତୀୟ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ସୋନୁପୁକ୍ଷେତ୍ର ମୋହନ ସ୍ଥାନ ଅଧିକାର କରିଥିବା କ୍ରୀଡ଼ା ପରିଷଦ ପକ୍ଷରୁ ସୂଚନା ମିଳିଛି। ଆଜିର କାର୍ଯ୍ୟକ୍ରମରେ ସୁଧାକର ବିଷୋୟୀ, ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଏସ୍‌ କ୍ରିଷ୍ଣା ରେଡ୍ଡୀ, ବିନୋଦ ଦୋରା, ସୁନିତା ପାତ୍ର, ବୁବା ଶତପଥୀ, ରମେଶ ପଟ୍ଟନାୟକ, ଇ. କୈଳାସ ପାତ୍ରଙ୍କ ସମେତ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l