Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁରା କଲେଜରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର ୧୫/୧୨
ଡୁରା ସ୍ଥିତ ରାମ ନାରାୟଣ ଡିଗ୍ରୀ କଲେଜରେ ଓଡିଶା ସରକାରଙ୍କ ନୂଆ -ଓ ଆନୁକୁଲ୍ୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କଲେଜର ବହୁ ଛାତ୍ର ଛାତ୍ରୀ ଶୋଭାଯାତ୍ରାରେ ବାହାରି ଡୁରା ପଂଚାୟତର ବିଭିନ୍ନ ଗ୍ରାମ ଓ ସାହି ପରିକ୍ରମା କରି ପଲିଥିନ ମୁକ୍ତ ଉପରେ ସଚେତନ କରାଇବା ସହ ରାସ୍ତା କଡ଼ରେ ପଡ଼ିଥିବା ପଲିଥିନ ଓ ବର୍ଜ୍ୟବସ୍ତୁକୁ ସଫା ସୁତରା କରିଥିଲେ l ସଚେତନତା ଓ ସଫେଇ ବେଳେ ଶତାଧିକ ମହିଳା, ପୁରୁଷ, ଯୁବକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ଡ଼. ପିନାକୀ ମହାନ୍ତି ଉଦଘାଟନ କରିଥିଲେ l ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଏଥିରେ କଲେଜ ନୋଡାଲ ଅଫିସର ଅର୍ଚ୍ଚନା ପାଣିଗ୍ରାହୀ, ଗୁରୁବାରୀ ବେହେରା, ସୁନିତା ବେହେରା, ସନ୍ତୋଷ କୁମାର ଦଳେଇ, କୃତିଭାଷ ପ୍ରଧାନ, ଗଣେଶ ସାହୁ, ଜି ପି ଏସ ଦୋରା, ଅନିଲ ସେଠୀ, ରଣଜିତ ନାୟକ, ସିଲି ଦେବୀ ପ୍ରଧାନ, ସପ୍ନା ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories