ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକରେ ଚାଷୀଙ୍କ ମୁଗ ବିହନ ହଡପ ହୋଇଛି। ଚାଷୀମାନେ ବାରମ୍ବାର କୃଷି କାର୍ଯ୍ୟାଳୟ ରୁ ମୁଗ ନ ପାଇ ଫେରୁଛନ୍ତି। ସରକାରଙ୍କ ତରଫରୁ ଚାଷୀମାନଙ୍କୁ ମୁଗ , ହରଡ, ବିରି ଆଦି ବିହନ ମାଗଣା ରେ ସରକାର ଯୋଗାଇ ଦେଉଥିବା ବେଳେ ଉଲୁଣ୍ଡା କୃଷି କାର୍ଯ୍ୟାଳୟ ରେ ଏହା ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମୁଗ ହେରଫେର ହେଉଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଏପରିକି ଚାଷୀଙ୍କ ସାର ଔଷଧ ପାଇଁ ଆସୁଥିବା ଟଙ୍କା ଓ ସବସିଡି ଟଙ୍କା ଆତ୍ମସାତ ହେଉଥିବା ଅଭିଯୋଗ ହେଉଛି । ପ୍ରକୃତ ଚାଷୀ ମୁଗ , ହରଡ କିଛି ପାଉନଥିବା ଜଣାପଡିଛି । ଚାଷୀ ଙ୍କ ପ୍ରମାଣପତ୍ର ଥାଇ କିଛି ସୁବିଧା ପାଉ ନଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି । ଫଳରେ ଚାଷୀମାନେ ଚଢା ଦରରେ ବାଧ୍ୟ ହୋଇ ବାହାରୁ ମୁଗ ହରଡ ଆଦି ବିହନ କିଣି ଚାଷ କରୁଥିବା ଦେଖିବାକୁ ମିଳୁଛି । ଚାଷୀମାନେ ମୁଗ ନପାଇ କୃଷି କାର୍ଯ୍ୟାଳୟ ରୁ ଫେରୁଥିବା ଦେଖିବାକୁ ମିଳୁଛି। ଅତିଶୀଘ୍ର ପ୍ରକୃତ ଚାଷୀ ଙ୍କୁ ମୁଗ , ହରଡ ଆଦି ବିହନ ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।
ଉଲୁଣ୍ଡା ବ୍ଲକ ର ଚାଷୀ ମୁଗ ବିହନ ପାଉ ନ ଥିବା ଅଭିଯୋଗ
