ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ ପକ୍ଷରୁ ବିଭିନ୍ନ ଗ୍ରାମ୍ୟ ରାସ୍ତାକଡରେ ବୃକ୍ଷ ରୋପଣ ଓ ବନୀକରଣ ଯୋଜନା ଚାଲୁଥିବା ବେଳେ ଏହା କେବଳ ପ୍ରହସନ ପାଲଟି ଥିବା ଦେଖାଯାଏ । ସୁବଳୟା ରେଞ୍ଜ ଅଧୀନର ବିଭିନ୍ନ ରାସ୍ତା ରେ ବିଭାଗ ପକ୍ଷରୁ ପଥପ୍ରାନ୍ତ ଯୋଜନା ଜରିଆରେ ଚାରା ରୋପଣ ହୋଇଥିଲା । କିନ୍ତୁ କର୍ମଚାରୀ ତଥା ବିଭାଗ ର ଅଣଦେଖା ଯୋଗୁଁ ରୋପଣ କରିଥିବା ଗଛ ସବୁ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ରେ ଆଉ ଦେଖାଯାଉ ନାହିଁ । ରେଞ୍ଜ ଅଧିକାରୀ ଙ୍କ ଅବହେଳା ମନୋଭାବ ଯୋଗୁଁ ସରକାରୀ ଯୋଜନା ବିଫଳ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ରାସ୍ତାରେ ବୃକ୍ଷ ରୋପଣ କରିବା ପାଇଁ ସରକାର କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଯୋଗାଇ ଦେଉଛନ୍ତି। କିନ୍ତୁ ବିଭାଗର ଅଣଦେଖା ଓ ଅବହେଳା ଯୋଗୁଁ ସରକାରୀ ଯୋଜନା ବିଫଳ ହେଉଛି । ଏପରିକି କେଉଁ ରାସ୍ତାରେ କେତେ ବୃକ୍ଷ ରୋପଣ କରାଯାଇଛି ଏବଂ ସେଥିରୁ କେତେ ଗଛ ବଞ୍ଚିଛି ସେ ସମ୍ପର୍କରେ ବିଭାଗ ପାଖରେ ତଥ୍ୟ ନାହିଁ। ଗଛ ଲଗାଇ ଦେଇ ବନ ବିଭାଗ ଭୁଲି ଯାଇଥିବା ମନେ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଅଭିଯୋଗର ତଦନ୍ତ କରି ଦୋଷୀ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଏହା ସହିତ ସରକାରୀ ଯୋଜନାର ସଫଳ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମତ ପ୍ରକାଶ ପାଉଛି ।
ପ୍ରହସନ ପାଲଟିଛି ପଥପ୍ରାନ୍ତ ରାସ୍ତାକଡ ଚାରା ରୋପଣ
