ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର।


ଗୋପାଳପୁର,୧୬/୧୨ କନିସି ଅଟୋ ଚାଳକ ସଂଘ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର, କନିସି ହାଟସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଠାରେ ଆୟୋଜନ କରାଯାଇଥିଲା । ଅଟୋ ଚାଳକ ସଂଘ ର ସଭାପତି ରାମକୃଷ୍ଣ ମହାରଣା ଙ୍କ ସଭାପତିତ୍ୱରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ସତ୍ୟ ବ୍ରହ୍ମା, ରାମାରାଓ, ଅନ୍ୟ ମାନେ ସହଯୋଗ କରିଥିବା ବେଳେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଚିତ୍ରସେନ ଗୌଡ଼, ସାଗର ପୃଷ୍ଟି,ମୁକେଶ ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ରହି ଦ୍ବୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଯାଇଥିଲା। ଏଥିରେ ମୋଟ ୬୮ ଅଟୋ ଚାଳକ ସଦସ୍ୟ ଙ୍କର ଚକ୍ଷୁ ପରୀକ୍ଷା କରା ଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଚଷମା ଦିଆଯାଇଥିବା ମୋଟ ୧୦ ଜଣଙ୍କୁ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ଆଜି ୮ ଜଣ ଙ୍କୁ ଅସ୍ତ୍ର ପଚାର ସହିତ ଯାତାୟାତ ଖାଦ୍ୟପେୟ,ଔଷଧ ଓ କଳା ଚଷମା ଆବଶ୍ୟକ ଅନୁସାରେ ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା ପାଇଁ ମୁଖ୍ୟ ହସ୍ପିଟାଲ ପକ୍ଷରୁ କରାଗଲା।୭ଜଣଫୋଟ ଯିବ।