Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୫ ତମ ଆଥେଲେଟିକ ମିଟ ଉଦଯାପିତ।

ଗୋପାଳପୁର ୧୬ /୧୨
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀଙ୍କ ଅଧ୍ୟକ୍ଷତାରେ ପିଜି ଗ୍ରାଉଣ୍ଡରେ ଚାଲିଥିବା ଦୁଇ ଦିନିଆ ୫୫ ତମ ଅନ୍ତ ମହାବିଦ୍ୟାଳୟ ଆଥେଲେଟିକ ମିଟ ଆଜି ଉଦଯାପିତ ହେଇଛି। ଉଦଯାପନୀ ଉତ୍ସବରେ
ମୁଖ୍ୟ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିବା ବେଳେଉତ୍ତମ ସମ୍ମାନିତ ଅତିଥି ଭାବେ ଡ଼. ସତ୍ୟବ୍ରତ ପାତ୍ର ଯୋଗ ଦେଇ କ୍ରୀଡ଼ାବିତ୍ତଙ୍କୁ ଉତ୍ସlହିତ କରିଥିଲେ l ଅତିଥି ମାନେ ବିଜେତାଙ୍କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ l
ଗ୍ରୁପ ଚାମ୍ପିୟନ ପୁରୁଷ ଓ ମହିଳା ବର୍ଗରେ ସିମିଳିଗୁଡା କଲେଜ ସିମିଳିଗୁଡା ହୋଇଥିବା ବେଳେ ମହିଳା ବ୍ୟକ୍ତିଗତ ଚମ୍ପିୟାନ ଭାବେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ପଞ୍ଚମୀ ମଲ୍ଲିକ ୧00,୨00 ମି ଦୌଡରେ ପ୍ରଥମ,୪00 ମି ଦୌଡରେ ୨ୟ, ସେହିପରି ସିମିଳିଗୁଡା କଲେଜର ଗୌରୀ କ୍ରିସାନୀ ୪00,୮୦୦ ମି ଦୌଡରେ ପ୍ରଥମ,୨00 ମି ଦୌଡରେ ୨ୟ ସ୍ଥାନ ରହି ହୋଇଥିବା ବେଳେ ପୁରୁଷ ବର୍ଗରେ ବ୍ୟକ୍ତିଗତ ଚମ୍ପିୟାନ ଭାବେ ରାଇକିଆ ଜେ. ଜେ. ମହାବିଦ୍ୟାଳୟର ଆକାଶ ସିଂ ୪00,୮୦୦ ଏବଂ ୧୫୦୦ ମିଟର ଦୌଡରେ ପ୍ରଥମ ରହିଥିବା ବେଳେ ସିମିଳିଗୁଡା କଲେଜର ପଦ୍ମନ ହନ୍ତାଳ ଲମ୍ବଡିଆ, ଉଚ୍ଚଡିଆ, ତ୍ରିପୁଲ ଜମ୍ପରେ ପ୍ରଥମ ସ୍ଥାନ ଅଧିକାର କରି ବ୍ୟକ୍ତିଗତ ଚମ୍ପିୟାନ ହୋଇଛି l ଚଳିତ ବର୍ଷ ସିମିଳିଗୁଡା କଲେଜର ସମାରି ହାଞ୍ଜିରିଆ ଜାଭଲିଙ୍ଗ ଥ୍ରୋରେ ରେକଡ଼ ସୃଷ୍ଟି କରିଛନ୍ତି। ରାଇକିଆ ଜେ. ଜେ. ମହାବିଦ୍ୟାଳୟର ଆକାଶ ସିଂ ୮୦୦ ଏବଂ ୧୫୦୦ ମିଟର ଦୌଡରେ ରେକଡ଼ ସୃଷ୍ଟି କରିଥିବା ବେକେ ସାମନ୍ତୀଆପଲ୍ଲୀ ଏସ ବି ପି ମହାବିଦ୍ୟାଳୟର ସାଇ କିରଣ ସାହୁ ୫ ହଜାର ମିଟର ଦୌଡ଼ରେ ରେକଡ଼ ସୃଷ୍ଟି କରିଛି l ଏହି କାର୍ଯ୍ୟକ୍ରମରେ ରବି ଚରଣ ମିଶ୍ର, ରାଜେଶ ମହାନ୍ତି, ଡ଼.ବନ୍ଦିତା ପଣ୍ଡା, ଡ଼.ନେହା ପାଣ୍ଡେ, ଡ଼. ଚିନୁ ବହିଦାର, ସୌରଭ ପ୍ରକାଶ ସିଟ,ଜେ. ଜଗନ୍ନାଥ ରାଓ, ସୁଧାକର ବିଷୋୟୀ, କ୍ରିଷ୍ଣା ରେଡ୍ଡୀ, ରବି ବେହେରା,ଦୁସମନ୍ତ କୁମାର ପାଢ଼ୀ, ପ୍ରଦୀପ କୁମାର ନାୟକ, ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସମେତ ବିଭିନ୍ନ କଲେଜ ପିଇଟି, ଶିକ୍ଷକ, ଅଣ ଶିକ୍ଷକ ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories