Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳଚଞ୍ଚଳ ଗୋପାଳପୁର ବିଜେଡି ଶିବିର।ଧବଳେଶ୍ଵର ପୀଠରେ ୫ ଟି ଅଧ୍ୟକ୍ଷ ଙ୍କ ଲୋକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ।

ଗୋପାଳପୁର,୧୬/୧୨
ଦୁଇଦିନିଆ ଗଞ୍ଜାମ ଗସ୍ତରେ ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତକୁ କୁ ନେଇ ପ୍ରଶାସନ ସମେତ ବିଜେଡି ଦଳ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି। ବିଶେଷ କରି ଦ୍ବିତୀୟ ଦିନ ରବିବାର ଶ୍ରୀ ପାଣ୍ଡିଆନ ଙ୍କ ପକ୍ଷରୁ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କୁସୁମୀ ଠାରେ ଚାଲୁ ରହିଥିବା ବ୍ରହ୍ମପୁର ରିଙ୍ଗ ରୋଡ କାର୍ଯ୍ୟ ର ସମୀକ୍ଷା କରିବା ପରେ କାର ଯୋଗ ସକାଳ ୭ ଟା ୪୦ ରେ ଗୋଳାବନ୍ଧ ସ୍ଥିତ ଧବଳେଶ୍ଵର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି। ଧବଳେଶ୍ଵର ଠାରେ ୨୦ ମିନିଟ ରହଣୀ ସମୟରେ ଶ୍ରୀ ପାଣ୍ଡିଆନ ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହାକୁ ନେଇ ଗତ କିଛି ଦିନ ହେଲା ଗଞ୍ଜାମ ସମେତ ଗୋପାଳପୁର ବିଜେଡି ପକ୍ଷରୁ ଦିନରାତି ଏକାକାର କରାଯାଇ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ପ୍ରସୃତି ଚାଲୁ ରହିଛି।ଶ୍ରୀ ପାଣ୍ଡିଆନ କୁସୁମୀ ରୁ ବାହାରି କର ଯୋଗ ଧବଳେଶ୍ଵର ଯିବା ରାସ୍ତା ରେ ହଳଦିଆପଦର ଛକ,ଡୁରା ଛକ ଓ କରାପଲ୍ଲୀ ଛକ‌ ଠାରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ବିଜେଡି କର୍ମୀ ଓ ଜନସାଧାରଣଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଧବଳେଶ୍ଵର ଠାରେ ୧.୮୮ କୋଟି ବ୍ୟୟ ରେ ଧବଳେଶ୍ଵର ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ର ସମୀକ୍ଷା କରିବା ପରେ ସେଠାରେ ଉପସ୍ଥିତ ରହିଥିବା ୨ହଜାର ଲୋକସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯିବ।ଏହା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ସହ ଟେଣ୍ଟ ର ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଙ୍କ ପକ୍ଷରୁ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା ନିମନ୍ତେ ସ୍ଥାନୀୟ ଅଞ୍ଚଳ ବିଜେଡି ନେତା ଶଶିଭୂଷଣ ମହାନ୍ତି,ଅଜିତ ଦାସ, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା ଓ ଅନ୍ୟାନ୍ୟ ନେତାଙ୍କ ସହ ଆଲୋଚନା କରି ରୋଡ ମ୍ୟାପ ପ୍ରସୃତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories