Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟନୀ ଛଟନୀ ବନ୍ଦ ଓ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ରହିଥିବା ନେଇ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଅଭିଯୋଗ

ଦେବଗଡ଼: ଦେବଗଡ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଋତୁର ଧାନମଣ୍ଡି ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ତିଲେଇବଣି ବ୍ଲକ ଅନ୍ତର୍ଗତ କୁରଡ(ଟାଇଁସର) ସେବା ସମବାୟ ସମିତି ପରିସରରେ ଧାନମଣ୍ଡି ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଥିଲା ମାତ୍ର ଜିଲ୍ଲାର ଧାନମଣ୍ଡି ଗୁଡିକରେ ବ୍ୟାପକ ଭାବେ ଅବ୍ୟବସ୍ଥା ରହିଥିବା ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଚଳିତ ୨୦୨୩-୨୪ ଖରିଫ ବର୍ଷ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନକ୍ରୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।  ଏହି ଧାନ ସଂଗ୍ରହ ଲାଗି ୪୮ ମଣ୍ଡି ଖୋଲିବା ପାଇଁ ସ୍ଥିର ହେଇଛି । ଚଳିତ ବର୍ଷ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧୯ହଜାର ୦୭୭ ଜଣ ଚାଷୀ ପଂଜିକୃତ କରିଛନ୍ତି । ପ୍ରଥମ ଦିନରେ ୩ ଜଣ ଚାଷୀ ୨୨୨ ବସ୍ତା ଧାନ ବିକ୍ରି କରିଛନ୍ତି । ୩୮ଟି ସେବାସମବାୟ ସମିତି ମଧ୍ୟରୁ କେବଳ ୩ଟି ସେବା ସମବାୟ ସମିତିର ମଣ୍ଡିରେ ପିଣ୍ଡିର ବ୍ୟବସ୍ଥା ରହିଥିବାବେଳେ ବାକି ୩୫ଟି ମଣ୍ଡିରେ ନାହଁି ପିଣ୍ଡି । ଏହାସହିତ ୩ଟି ସେବା ସମବାୟ ସମିତିରେ ଗୋଦାମ ଗୃହ ରହିଥିବାବେଳେ ବାକି ୩୫ଟି ସେବା ସମବାୟ ସମିତିରେ ନାହଁି ଗୋଦାମ ଗୃହର ବ୍ୟବସ୍ଥା । ଅନ୍ୟପଟେ ୪ଟି ସେବା ସମବାୟ ସମିତିରେ କ୍ୟାପ ଷ୍ଟୋରେଜ ବ୍ୟବସ୍ଥା ରହିଛି କିନ୍ତୁ ବାକି ୩୪ଟି ସେବା ସମବାୟ ସମିତିରେ ନାହଁି ବ୍ୟବସ୍ଥା ନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନମଣ୍ଡି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଥିବା ବେଳେ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଧାନ ନେବାପାଇଁ ମିଲର ଚୟନ କରାଯାଇନଥିବା ବେଳେ ଧାନ ମଣ୍ଡିରେ କଟନୀ, ଛଟନୀ ବନ୍ଦ କରିବାକୁ ସଂଘ ଦାବି କରାଯାଇଛି । ଧାନ ମଣ୍ଡିରେ ଚାଷୀମାନଙ୍କ ସ୍ବାର୍ଥ ବିରୋଧରେ କୌଣସି କାର୍ଯ୍ୟ କରାଗଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜି ସ୍ଥାନୀୟ ରୋନକ ପ୍ଲାଜା ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ସେମ ହେମ୍ରମ ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଂପାଦକ ଗୁଣନିଧି ବେହେରା, ଦେବରାଜ ପ୍ରଧାନ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ