Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗାଣ ବିଭାଗର ଚଢାଉ; ଧାନ ସହ ୪୦୭ ଜବତ

କଳାହାଣ୍ଡି, ୧୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ବେଆଇନ ଭାବେ ଧାନ ଚୋରାଚାଲାଣ ହେଉଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ଯୋରଦାର ଚଢ଼ଉ ଚାଲିଛି। ଗତକାଲି କୋକସରା ବ୍ଳକ ମୋଟେର ନିକଟରେ ଚଢ଼ାଉ କରି ବେଆଇନ ଧାନ ସହ ଟ୍ରକ୍ ଜବତ ହୋଇଥିଲା। ଶନିବାର ପୁଣି ବ୍ଳକର ଆମପାଣି ଆରଏମସି ଚେକ୍ ଗେଟ ନିକଟରେ ଯୋଗାଣ ବିଭାଗ ଦ୍ବାରା ଧାନ ସହ ୪୦୭ ଗାଡ଼ିକୁ ଜବତ କରାଯାଇଛି। ଜୟପାଟଣା ବ୍ଳକ ଖଇରମାଲ ଗ୍ରାମରୁ ନବରଙ୍ଗପୁର ଜିଲ୍ଲା ମୈଦଲପୁରକୁ ଏହି ବେଆଇନ ଧାନ ଚାଲାଣ ହେଉଥିଲା। ଏହି ସମୟରେ ଯୋଗାଣ ବିଭାଗ ପକ୍ଷରୁ ଆମପାଣିଠାରେ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଡ୍ରାଇଭର ଉପଯୁକ୍ତ କାଗଜପତ୍ର ଦେଖାଇ ପାରି ନ ଥିବାରୁ ଧାନ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା। ଉକ୍ତ ଗାଡ଼ିରୁ ୩୧.୦୪ କୁଇଣ୍ଟାଲ ଧାନ ଜବତ୍ ହୋଇଥିବାବେଳେ ବୋବରିଆ ସ୍ଥିତ ଜେ.କେ. ଫୁଡସରେ ଜିମା ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସିଏସ୍ଓ ମନୋଜ ଦାସଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଏସିଏସଓ ଦୁର୍ଗା ପ୍ରସାଦ ମାଝୀ, କୋକସରା ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଜୟପାଟଣା ଯୋଗାଣ ନିରୀକ୍ଷକ ପ୍ରିୟ ରଞ୍ଜନ ନାୟକ, ଧର୍ମଗଡ଼ ଯୋଗାଣ ନିରୀକ୍ଷକ ପ୍ରସାନ୍ତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ