Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର କଲେଜ ରେ ପ୍ରାଥମିକ ସହାୟତା ସମ୍ପର୍କରେ ଆଲୋଚନା ଚକ୍ର

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ‘ନୂଆ -ଓ ‘ ପକ୍ଷରୁ ଯୁବ ଓଡିଶା – ନବୀନ ଓଡିଶାର ପୃଷ୍ଠପୋଷକତାରେ ଅନୁଷ୍ଠିତ ହେଉଥିବା ସାମାଜିକ କାର୍ଯକ୍ରମ ପର୍ଯ୍ୟାୟରେ ପ୍ରାଥମିକ ସହାୟତା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଅଧ୍ୟକ୍ଷ ସୁଦାମ ଚରଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡିଗ୍ରୀ ବିଭାଗର ନୋଡାଲ ଅଫିସର ଗୀତାଞ୍ଜଳି ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ପଧାନ , ଯୁକ୍ତ ଦୁଇ ନୋଡାଲ ଅଫିସର ଡ. ହିମାଂଶୁ ଶେଖର ପାଢ଼ୀ , ପ୍ରଶିକ୍ଷକ ଅଧ୍ୟାପକ ଉଦ୍ଧବ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ଡ. ଶିଶିର ବଣିଆ ସଭା ସଂଯୋଜନା କରିବା ସହିତ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l