ଅମର ପାଲି ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ହୋଇଥିବା ଉକ୍ତ କ୍ରୀଡ଼ା ରେ ଉଭୟ ବାଳକ ଓ ବାଳିକା ବର୍ଗରେ ୧୦୦ମିଟର , ୨୦୦ମିଟର , ୮୦୦ମିଟର ଦୌଡ , ସର୍ଟ ଫୁଟ ଥ୍ରୋ , ଡିସକସ୍ ଥ୍ରୋ , ଲମ୍ବ ଡିଆଁ , ଉଚ୍ଚ ଡିଆଁ ଆଦି ପ୍ରତିଯୋଗିତା ହୋଇଥିଲା । ଖେଳ ଶିକ୍ଷକ କହ୍ନେଇ ଚରଣ ପ୍ରଧାନ, ସମ୍ବିତ ପ୍ରଧାନ , ବ୍ରହ୍ମାନନ୍ଦ ପ୍ରଧାନ , ପଦ୍ମନାଭ ପ୍ରଧାନ , ନଟବର ରଣା , ନଟିଆ ଚରଣ ସାହୁ , ଜଗନ୍ନାଥ ସାହୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୀରମହାରାଜପୁ ଜୋନ -୨ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା ମୁଖ୍ୟ ଅତିଥି ଏବଂ ସ୍କୁଲ ପରିଚାଳନା କମିଟିର ସଭାପତି ବିମ୍ବାଧର ସାହୁ , ସିଆରସିସି କମ୍ଭୁଧର ପ୍ରଧାନ , ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ , ନିର୍ମଳ ଚନ୍ଦ୍ର ସାହୁ , କ୍ରୀଡ଼ା ଶିକ୍ଷକ କହ୍ନେଇ ଚରଣ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ପ୍ରାଣବନ୍ଧୁ ସାହୁ ସଭା ପରିଚାଳନା କରିଥିବା ବେଳେ ସମ୍ବିତ ପ୍ରଧାନ ଅତିଥି ପରିଚୟ ପ୍ରଦାନ ଏବଂ ଶ୍ୟାମ ସୁନ୍ଦର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ନଟବର ରଣା ଓ ଗୋବର୍ଦ୍ଧନ ନାଏକ ପୁରସ୍କାର ବିତରଣି ରେ ସହଯୋଗ କରିଥିଲେ । ସମସ୍ତ କୃତି ପ୍ରତିଯୋଗିଙ୍କୁ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା । ବାଳିକା ବିଭାଗରୁ ଫିଜା ବାଘ ଓ ବାଳକ ବିଭାଗ ରୁ ପରେଶ ସିଂ ଙ୍କୁ ଚାମ୍ପିଅନ ଭାବେ ପୁରସ୍କୃତ କରାଯାଇଥିଲା । ଉକ୍ତ କ୍ରୀଡ଼ାରେ ସ୍କୁଲ ର ୫୫ ଛାତ୍ରୀ ଓ ୬୫ ଛାତ୍ର ଅଂଶଗ୍ରହଣ କରିଥିଲେ ।